Odiapua.com

ସହରରେ ୭ଟି ଔଷଧ ଦୋକାନ ଉପରେ ଚଢଉ,କୋଭିଡ ଔଷଧ,ସିଲିଣ୍ଡର କଳାବଜାର ନ କରିବା ପାଇଁ ତାଗିଦ

ମାଲକାନଗିରି,୨୪ା୪ (ଓଡିଆ ପୁଅ ) କରୋନା ମହାମାରି ଭୟାବହ ରୂପନେଇ ସମଗ୍ର ଦେଶ ଓ ରାଜ୍ୟରେ କାୟା ମେଲିଥିବା ବେଳେ କୋଭିଡ ଭେକ୍ସିନ,ଅକ୍ସିଜେନ ସିଲିଣ୍ଡର ,ଔଷଧ ର ବିଭିନ୍ନ ସ୍ଥାନରେ ଅଭାବ ଓ କଳାବାଜାର ଦେଖା ଦେଇଛି । ଏହି ଅଭାବ ଓ କଳା ବଜାରକୁ ରୋକିବା ପାଇଁ ଆଜି ମାଲାକନଗିରି ଜିଲ୍ଲା ସଦର ମହକୁମା ଠାରେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଡ୍ରଗ ଇନିସପେକ୍ଟର ଦିଲ୍ଲୀପ କୁମାର ଜେନା ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଟିମ ଦୁଇଟି ହୋଲସେଲ ମେଡିସିନ ଷ୍ଟୋର ଓ ୫ଟି ରିଟେଲର ମେଡିସନ ଷ୍ଟୋର ଉପରେ ଚଢଉ କରିଛନ୍ତି । ଚଢଉ ବେଳେ ଏହି ସବୁ ଔଷଦ ଦୋକାନରେ ଗଛିତ ଥିବା କୋଭିଡ ସଂପର୍କିୟ ଇଜେଂକସନ, ଔଷଧ,ଅକ୍ସିଜେନ ସିଲିଣ୍ଡର,ସାନିଟାଇଜର,ମାସ୍କ ଗୁଡିକୁ ଜାଚଂ କରାଯାଇଥିଲା । ମହାମାରି କରୋନା ସମୟରେ ଏହି ସବୁ ଆତ୍ମରକ୍ଷା କାରୀ ଔଷଧ,ଇଜେଂକସନ,ଅକ୍ସିଜେନ ସିଲିଣ୍ଡର ଗୁଡିକର ଯେପରିକଳା ବଜାର କିମ୍ବା ଚଢାଦରରେ ବିକ୍ରି ନ କରନ୍ତି ସେ ସଂପର୍କରେ ଔଷଧ ଦୋକାନି ମାନଙ୍କୁ ତାଗିଦ କରିବା ସହିତ ଏଗୁଡିକ ଅଧିକ ପରିମାଣରେ ଗଛିତ ରଖିବା ପଇଁ ଅନୁଧ୍ୟାନ କାରି ଦଳ ପରାମର୍ଶ ଦେଇଥିଲେ । ଚଢଉ ସମୟରେ କୌଣସି ଦୋକାନୀ କୋଭିଡ ସଂପର୍କିୟ ଔଷଧ କିମ୍ବା ଅନ୍ୟ ଔଷଧ କଳାବଜାର ହୋଇ ନଥିବାର ଜଣାପଡିଛି