Odiapua.com

ସହରରେ ସାମାଜିକ ଦୂରତା ରହୁନଥିବା ଅଭିଯୋଗ

ପୁରୀ, ୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସହରର ବିଭିନ୍ନ ଦୋକାନ ବଜାର ହୋଟେଲ ରେଷ୍ଟୁରାଂଟ ଲଜିଂ ଖୋଲିଯିବା ପରେ ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ପୂର୍ବରୁ ମାର୍କେଟ ଆଦି ସ୍ଥାନରେ ସାମାଜିକ ଦୂରତା ଯେପରି ରହୁଥିଲା ଏବେ ତାହା ଦେଖାଯାଉ ନାହିଁ। ସାମାଜିକ ଦୂରତା ନରଖିବା ଓ ମାସ୍କ ନପିନ୍ଧିବା ଦ୍ୱାରା ସହରରେ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବା କୁ ଏଡାଇ ଦିଆଯାଇ ନପାରେ। ପୂର୍ବରୁ ଯେପରି ସହରର ବିଭିନ୍ନ ସ୍ଥାନରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନତା କରାଯାଉଥିଲା ବର୍ତମାନ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉନଥିବା ଦେଖାଯାଏ। ଯଦ୍ୱାରା କିଛି ଅମାନିଆ କୋଭିଡ୍ ଆଇନ କୁ ଖୋଲା ଖୋଲି ଉଲଂଘନ କରି ବୁଲୁଥିବା ମଧ୍ୟ ଦେଖାଯାଏ। ଜିଲା ପ୍ରଶାସନ ଓ ପୌରପ୍ରଶାସନ ଏଥି ପ୍ରତି କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।