Odiapua.com

ସହରରେ ଚାଲିଲା ୪ର୍ଥ ପର୍ଯ୍ୟାୟ ବୁଲଡୋଜର, ମେଡିକାଲ ଛକରୁ ବାଇପାସ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ରାଜ୍ୟରେ ମୋହନ ସରକାରଙ୍କ ନିର୍ଦ୍ଦେଶ ପରେ ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଗତ ୧ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆଜି ଚତୁର୍ଥ ପର୍ଯ୍ୟାୟରେ ଭଦ୍ରକ ମେଡିକାଲ ଛକରୁ ବାଇପାସ୍ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇଛି । ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏଠାରେ ସୂଚନାଯୋଗ୍ୟ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଗତ କିଛିଦିନ ହେବ ବନ୍ଦ ରହିଥିବାବେଳେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପୁଣିଥରେ କାର୍ଯ୍ୟକାରୀ କରାଯିବା ନେଇ ପ୍ରଚାର କରାଯାଇଥିଲା । ଏହି ପ୍ରଚାରରେ ଜବରଦଖଲକାରୀମାନେ ସରକାରୀ ଜମିକୁ ନିଜ ଆଡୁ ଅବରୋଧମୁକ୍ତ କରିବାକୁ କୁହାଯାଇଥିଲା । ବିଜେଡି ସରକାର ସମୟରେ ସହରର ମହତାବ ଛକରୁ ଅପର୍ତିବିନ୍ଧା ଛକ ପର୍ଯ୍ୟନ୍ତ ଏହି ଜବରଦଖଲ ଉଚ୍ଛେଦ ସମ୍ଭବ ହୋଇଥିଲା । ତେବେ ଦଳୀୟ ଚାପ ଫଳରେ ପ୍ରଶାସନ ଆଉ ଆଗକୁ ବଢିପାରିନଥିଲା । ତେବେ ରାଜ୍ୟରେ ସରକାର ବଦଳିବା ପରେ ଭଦ୍ରକକୁ ସୁନ୍ଦର ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ ଚଳିତ ମାସ ପହିଲାରୁ ଏହି ଜବରଦଖଲ ପ୍ରକ୍ରିୟା ଆରମ୍ଭ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ବନ୍ତଛକ ଓ ମେଡିକାଲ ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇ କିଛିଦିନ ବନ୍ଦ ରହିଥିଲା । ତେବେ ସେତେବେଳେ ଏହା ଖୁବଶୀଘ୍ର ଚାଲୁ ହେବ ବୋଲି ସୂଚନା ଦିଆଯାଇଥିଲା । ଇତିମଧ୍ୟରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ବଦଳି ଓ ନୂତନ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଯୋଗଦାନ ପରେ ପୁଣିଥରେ ଏହି କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି । ତେବେ ଏହି ଜବରଦଖଲ ଉଚ୍ଛେଦ ପରେ ସରକାରୀ ଜମି ପଛକୁ ରହିଥିବା କେତେକ ଘରୋଇ ମାଲିକ ସରକାରୀ ମାପଚୁପ କରୁଥିବା କର୍ମଚାରୀଙ୍କୁ ହାତକରି କିଛି କିଛି ସରକାରୀ ଜମିକୁ ମାଡିବସି ନିଜ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣର ଚକ୍ରାନ୍ତ କରୁଥିବାର ଜଣାପଡିଛି । ତେବେ ୪ର୍ଥ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ପ୍ରଶାସନର ସୂଚନା ମୂଳେ ମେଡିକାଲ ଛକରୁ ଡାହାଣୀଗଡିଆ ଛକ ପର୍ଯ୍ୟନ୍ତ ଚାଲୁ ରହିବ । ଆଜିର ଏହି ଉଚ୍ଛେଦ ସମୟରେ ତହସିଲଦାର ସଂଗ୍ରାମ କେଶରୀ ଖୁଂଟିଆ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ରାଜସ୍ୱ ଅଧିକାରୀ ଜ୍ୟୋତିରଂଜନ ପଣ୍ଡାଙ୍କ ସହ ତିନିଜଣ ଆଇଆଇସି, ଭଦ୍ରକ ତହସିଲଦାର, ପୌରପାଳିକା ଅଧିକାରୀ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ କରିଥିଲେ ।