Odiapua.com

ସହଜ ରାଜସ୍ୱ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଯାଜପୁର୧୯ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବକେୟା ରାଜସ୍ୱ ମାମଲା ଗୁଡିକ ପଂଏସଲା ଓ ରାଜସ୍ୱ ଆଦାୟ ସହ ଲୋକ ମାନଙ୍କୁ ସହଜ, ସରଳ ଓ ତ୍ୱରିତ ସେବା ପ୍ରଦାନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି ।ଜିଲ୍ଲାପାଳଙ୍କ ଆବାସିକ  କାର‌୍ୟ୍ୟାଳୟ ଠାରେ  ମାସିକ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା  ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ସରକାରଙ୍କ ୫ଟି ମନ୍ତ୍ର ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।  ବୈଠକରେ ଜିଲ୍ଲାରେ ଥିବା ସମସ୍ତ ତହସିଲଦାର ମାନଙ୍କ ଦ୍ୱାରା ବିଭିନ୍ନ  ପ୍ରକାରର ରାଜସ୍ୱ ମାମଲା ଗୁଡିକର ନିର୍ଦ୍ଧାରିତ ରାଜସ୍ୱ  ସେବା ଅଧିକାର ପ୍ରଦାନ ସମୟ ସୀମା ମଧ୍ୟରେ ସମାଧାନ କ୍ଷେତ୍ରରେ ନୈରାଶ୍ୟ ପ୍ରଦର୍ଶନ କରିଥିବା ତହସିଲଦାରଙ୍କ ଊପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସେମାନଙ୍କୁ ବିଳମ୍ୱର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏତଦ୍ ବ୍ୟତୀତ ଜିଲ୍ଲାପାଳ ଲଘୁ ଖଣିଜ ଉତ୍ସ ଗୁଡିକର ଯୋଜନା ପ୍ରସ୍ତୁତ କରି ପରିବେଶ ମଞ୍ଜୁରୀ ପ୍ରଦାନ, ନୂତନ ସଇରାତ ଉତ୍ସ, ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବା ନିମନ୍ତେ ଚେକ୍ ପୋଷ୍ଟ ନିର୍ମାଣ, ସରକାରୀ ଜମି ସୁରକ୍ଷା ଓ ପ୍ରାପ୍ତ ଅର୍ଥ ରାଶିର ବିନିଯୋଗ ପ୍ରମାଣ  ପତ୍ର ପ୍ରଦାନ, ଖଣିଜ ପଦାର୍ଥର ଚୋରା ଚାଲାଣ ରୋକିବା ନିମନ୍ତେ ନିୟମିତ  ଚଢାଉ, ସରକାରୀ ଜମି ହସ୍ତାନ୍ତର ହୋଇଥାଇ ଅବ୍ୟବହୃତ  ହୋଇ ପଡିଥିବା ଓ ବଳକା ହସ୍ତାନ୍ତର ସରକାରୀ ଜମିକୁ ଚିହ୍ନଟ କରି ପେଂରସ୍ତ ଆଣିବା, ଭୂଦାନ କିସମ ନିୟମାବଳୀ ପରିବର୍ତ୍ତନ ପାଇଁ ତହସିଲଦାରଙ୍କ ମତାମତ, ଯାଜପୁର ଜିଲ୍ଲାରେ ୩୨ ଗୋଟି ନୂଆ ରାଜସ୍ୱ ନିରୀକ୍ଷକ କାର‌୍ୟ୍ୟାଳୟ ସ୍ଥାପନ ନିମନ୍ତେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।  ବସୁନ୍ଧରା ଯୋଜନାରେ ଜମିର ଅଗ୍ରଗତି, ଉଚ୍ଚ ନ୍ୟାୟାଳୟ ଏବଂ  ବିଭିନ୍ନ ନ୍ୟାୟାଳୟରେ ପଡିରହିଥିବା ମାମଲା ଗୁଡିକରେ ଉତ୍ତର ଓ ପ୍ରତ୍ୟୁତ୍ତର ଯଥା ସମୟରେ ଦାଖଲ କରିବାକୁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ଏତଦ୍ ବ୍ୟତୀତ ପଂନି, ବୁଲ୍‌ବୁଲ୍ ଓ ତିତିଲ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଓ ବାସହୀନ ମାନଙ୍କୁ ଯଥାଶିଘ୍ର ସହାୟତା ରାଶି ପ୍ରଦାନ କରି ତାହାର ବିନିଯୋଗ ପତ୍ର ଦାଖଲ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ରୋଜଭ୍ୟାଲିର କମିଶନକୁ ତଦନ୍ତ ସାରି ଚୁଡାନ୍ତ ବିବରଣୀ ଚଳିତ ମାସ ୨୪ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍ ରେ ଲଘୁ ଖଣିଜ ଦ୍ରବ୍ୟର ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ତହସିଲଦାର ମାନଙ୍କ ଜ୍ଞାତସାରରେ ବେଆଇନ ଚୋରାଚାଲାଣ ହେବା ଜିଲ୍ଲା ପ୍ରଶାସନ ନିକଟରେ ଖବର ଥିଲେହେଁ ଊକ୍ତ ବୈଠକରେ ଜିଲ୍ଲାପାଳ ସେ ବିଷୟରେ ସରକାରୀ ବାବୁ ମାନଙ୍କୁ ତାଗିଦ୍ ନକରିବା ଦେଖିବାକୁ ମିଳିଛି । ଊକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲ୍ଳାପାଳ ତରଣୀସେନ ପଟ୍ଟନାୟକ ଏବଂ ସମସ୍ତ ତହସିଲାଦାର, ଆଞ୍ଚଳିକ ପରିବହନ ଅଧିକାରୀ, ଯାଜପୁର ଓ ଚଣ୍ଡିଖୋଲ, ଖଣି ଊପନିର୍ଦ୍ଦେଶ.  ଅବକାରୀ ଅଧିକ୍ଷକ, ଯାଜପୁର ଜିଲ୍ଳା ନିବନ୍ଧକ,  ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଯାଜପୁର-୧ ଓ ନିର୍ବାହୀ ଯନ୍ତ୍ରୀ, ଜାରକା-୨ ପ୍ରମୁଖ ଯୋଗ ଦେଇଥିଲେ ।  ରାଜସ୍ୱ ବିଭାଗର ଉପ ବିଭାଗୀୟ ଅଧିକାରୀ ଶଶି ଭୂଷଣ ମିଶ୍ର, ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ ବାରିକ, ବରିଷ୍ଠ ରାଜସ୍ୱ ସହାୟକ କମଳାକାନ୍ତ ଜେନା, ବରିଷ୍ଠ ରାଜସ୍ୱ ସହାୟକ ସସ୍ମିତା ବେହେରା, କନିଷ୍ଠ ରାଜସ୍ୱ ସହାୟକ ପ୍ରମିତା ଜେନା, କନିଷ୍ଠ ରାଜସ୍ୱ  ସହାୟକ ସୁମନ୍ତ କୁମାର ବେହେରା ଓ ଯଯାତି କେଶରୀ ଜେନା ପ୍ରମୁଖ ସମୀକ୍ଷା କାର‌୍ୟ୍ୟରେ  ସହାୟତା କରିଥିଲେ ।