Odiapua.com

ସହକାରୀ ଯୋଗାଣ ଅଧିକାରୀ ଙ୍କୁ ଗିରଫ କରିବା ଦାବିକରି ଏସପିଙ୍କ ନିକଟରେ ଏତଲା ଦାଏର କଲେ କଂଗ୍ରେସ ଦଳ

ମାଲକାନଗିରି,୧୯ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ମଣ୍ଡିଗୁଡିକରେ ଧାନକିଣିବିକାରେ ଦୁର୍ନିରେ ଲିପ୍ତଥିବା ଜିଲ୍ଲାସହକାରୀ ଯୋଗାଣ ଅଧିକାରୀ ମନୋଜ ପ୍ରଧାନଙ୍କୁ ଗିରଫ କରିବା ଦାବିନେଇ ଜିଲ୍ଲାକଂଗ୍ରସ ଦଳ ପକ୍ଷରୁ ଏସପି ଙ୍କୁ ଏକ ଏତାଲା ଦେଇଛନ୍ତି । ଆଜି ମାଲକାନଗିରି ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦପାତ୍ର ଙ୍କ ନେତୃତ୍ୱରେ ଏକ ଆଠଜଣିଆ କମିଟି ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାସହକାରି ଯୋଗାଣ ଆଧିକାରୀଙ୍କ ନାମରେ ଏତଲା ଦେଇଛନ୍ତି । ଦୀର୍ଘ୧୦ବର୍ଷ ଧରି ମାଲକାନଗିରି ଜିଲ୍ଲାରେ ସାହକାରି ଯୋଗଣ ଅଧିକାରୀ ଶ୍ରୀ ପ୍ରଧାନ ଗାଦି ମାଡିବସି ଛନନ୍ତି, ତାଙ୍କ ନାମରେ ତିନି ତନି ଥର ଭିଜିଲାନ୍ସ କେସ ହୋଇଥିଲେ ମଧ୍ୟ ତାଙ୍କୁ ବିଭାଗୀୟ ଉଚ ଅଧିକାରୀଘଟଂ ଘୋଡାଇ ରଖିଛନ୍ତି । ଯୋଗାଣ ବିଭାଗ ଇନିସପେକ୍ଟର ସାଗରିକା ମୁଦୁଲି ଙ୍କ ଲିଖିତ ଅଭି ଯୋଗ କ୍ରମେ ମାଲକାନଗିରି ଥାନା କେସ ନମ୍ବର ୪୯/୨୦୨୦,ଧାରା୧୨୦(ବି),୪୨୦,୩୪ ଆଇପିସି ରେ ଧାନମଣ୍ଡି ରେ ଦୁର୍ନିତି ସଂପର୍କରେ ଆନନ୍ଦ ମାଲାକାର,ପଦିଆ କବାସୀ,ଇନ୍ଦ୍ରପଣ୍ଡା ଓ ଅନ୍ୟମାନଙ୍କ ନାମରେ କେସ ରୁଜୁ କରାଯାଇଥିଲା । ଏହି କେସର ରଫାଦଫା କରିବା ପାଇଁ ଉତ୍କୋଚ ନେଇ ସହାକରରି ଯୋଗଣ ଅଧିକାରୀ ଶ୍ରୀ ପ୍ରଧାନ ଦାଇତ୍ୱନେଇଥିଲେ । ଏହାର ଓଡିଓ ରେକର୍ଡ ଭାଇରାଲ ହୋଇଥିଲା । ଶ୍ରୀ ପ୍ରଧାନଙ୍କ ବିରୋଧରେ କେସ କରାଯାଇ ଡିଏସପି ସ୍ତରୀୟ ଅଧିକାରୀ ତଦନ୍ତ କରି ତାଙ୍କୁ ଆସନ୍ତା ସାତଦିନ ମଧ୍ୟରେ ଗିରଫ କରାଯାଉ ନଚେତ ଆଗାମି ଦିନରେ ଜିଲ୍ଲାକଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉକ୍ତ ଏତଲାରେ ଉଲେଖ୍ୟ ରହିଛି । ଏସ ପି ଙ୍କ ଅନୁପସ୍ଥିତିରେ ସହକାରି ଏସପି ଉଧବଚରଣ ନାୟକଙ୍କୁ ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ଏହି ଏତଲା ଦିଆଯାଇଛି । ସଭାପତି ଶ୍ରୀ ପାତ୍ରଙ୍କ ସହିତ କାର୍ଯ୍ୟକାରି ସଭାପତି ରାମପଟନାୟକ,କଂଗ୍ରେସ ନେତା ମାଲା ମାଢି,ଜି. ଶ୍ରିନିବାସ ରାଓ,ପି.କେଶୁ ରାଓ, ଭିମା ବାର୍ସା ପ୍ରମୁଖ କଂଗ୍ରେସଦଳର ନେତା ମାନେ ଉପସ୍ଥିତ ଥିଲେ ।