Odiapua.com

‘ସର୍ ତନ୍ ସେ ଜୁଦା’ ଧମକର ମିଥ୍ୟା ଅଭିଯୋଗ କରିଥିବାରୁ ଗାଜିଆବାଦ ଡାକ୍ତରଙ୍କ ବିରୁଦ୍ଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଡାକ୍ତର ଅରବିନ୍ଦ ବତ୍ସ ଅକେଲା ଗତ କିଛି ଦିନ ତଳେ ଅଭିଯୋଗ କରିଥିଲେଯେ, ତାଙ୍କୁ ଆମେରିକାର ଏକ ମୋବାଇଲ ନମ୍ବରରୁ ମୃତ୍ୟୁ ଧମକ ମିଳିଛି ଯେ, ଯଦି ସେ ଯଦି ହିନ୍ଦୁତ୍ୱକୁ ସମର୍ଥନ କରନ୍ତି ତେବେ ତାଙ୍କ ମୁଣ୍ଡ କାଟି ଦିଆଯିବ। କିନ୍ତୁ ପୋଲିସ୍‌ ତଦନ୍ତରେ ଏହି ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା। ହିନ୍ଦୁ ସଂଗଠନକୁ ସମର୍ଥନ କରୁଥିବା ଗାଜିଆବାଦର ଏହି ଡାକ୍ତର ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଏଭଳି ମିତ୍ୟା ଅଭିଯୋଗ କରିଥିବା ପ୍ରମାଣିତ ହୋଇଛି। ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଖବରରୁ ପ୍ରକାଶ।

ସୂଚନାଯୋଗ୍ୟଯେ, ସେପ୍ଟେମ୍ବର ୯ ରେ, ଡାକ୍ତର ଅକେଲା ଥାନାରେ କରିଥିଲେ ଯେ, ତାଙ୍କୁ ଆମେରିକାର ଏକ ମୋବାଇଲ ନମ୍ବରରୁ ମୃତ୍ୟୁ ଧମକ ମିଳିଥିଲା ଯେ ଯଦି ସେ ହିନ୍ଦୁତ୍ୱକୁ ଯଦି ସମର୍ଥନ କରନ୍ତି ତେବେ ତାଙ୍କ ମୁଣ୍ଡ କାଟି ଦିଆଯିବ।

ଅଭିଯୋଗକାରୀ ଡାକ୍ତରଙ୍କ କହିବା ଅନୁୟାୟୀ, ସେପ୍ଟେମ୍ବର ୧ ରାତି ପ୍ରାୟ ୧୧.୩୦ ସମୟରେ ଆମେରିକାର ଏକ ଅଜ୍ଞାତ ନମ୍ବରରୁ ଏକ ମିସ୍ଡ ହ୍ୱାଟସ୍ ଆପ୍ କଲ ଆସିଥିଲା ଏବଂ ଯେତେବେଳେ ସେ କଲ୍ କରିବାକୁ ଚେଷ୍ଟା କଲେ ସେତେବେଳେ ଏହା ସଂଯୋଗ ହୋଇପାରିଲା ନାହିଁ। ସେପ୍ଟେମ୍ବର ୨ ରେ, ସମାନ ନମ୍ବରରୁ ସନ୍ଧ୍ୟା ୭ ଟା ସମୟରେ ଆଉ ଏକ କଲ ଆସିଥିଲା। ଅନ୍ୟ ପାର୍ଶ୍ୱରେ ଥିବା ବ୍ୟକ୍ତି ନିଜକୁ ଜଣେ ଷ୍ଟିଫେନ୍ ଗ୍ରାଣ୍ଟ ବୋଲି ପରିଚୟ ଦେଇ ଅକେଲାଙ୍କ ସହ ପ୍ରାୟ ପାଞ୍ଚ ମିନିଟ୍ କଥା ହୋଇଥିଲେ ବୋଲି ଅଭିଯୋଗ ପତ୍ରରେ ଲେଖିଥିଲେ।

ଏବଂ ସେ ତାଙ୍କର ଅଭିଯୋଗରେ ପ୍ରକାଶ କରିଥିଲେଯେ, କଲ୍ କରୁଥିବା ବ୍ୟକ୍ତି କହ୍ନେୟା ଏବଂ ଉମେଶ କୋଲହେଙ୍କ ରେଫରେନ୍ସ କରି କହିଥିଲେ ଯେ, ସେ ଦୁହିଁଙ୍କ ପରି ତୁମର ଭାଗ୍ୟ ହେବ। “ଗୁସ୍ତାଖ ଇ ରସୁଲ କି ଏକ ହୀ ସଜା ସର ତନ ସେ ଜୁଦା, ସର ତନ ସେ ଜୁଦା”। କଲ କରିଥିବା ବ୍ୟକ୍ତି ପୁନଃ କହିଥିଲେଯେ, ଆପଣଙ୍କ ମୋଦୀ, ଯୋଗୀ ଆଦିତ୍ୟନାଥ ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ। ଆମେ ଆପଣଙ୍କୁ ଡଃ ଉମେଶ, କହ୍ନେୟା କୁମାର ପାଖକୁ ପଠାଇବୁ। ମୋର ଲୋକମାନେ ତୁମର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି।

ସୂଚନାଯୋଗ୍ୟଯେ, ମହାରାଷ୍ଟ୍ରର ଅମରାବତୀର ପାର୍ମାଷିଷ୍ଟ କୋଲହେ ଏବଂ ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କୁ ଏହି ପରି ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ତତ୍କାଳୀନ ବିଜେପି ମୁଖପାତ୍ର ନୁପୁର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଏହାକୁ ସମର୍ଥନ କରିଥିବାରୁ ଏହି ଦୁଇଜଣଙ୍କଠାରୁ ପ୍ରତିଶୋଧ ନେବାପାଇଁ ଏହି ଦୁଇ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି।