ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ଜଗନ୍ନାଥ ହାଇସ୍କୁଲ ପଡିଆ ଠାରେ ରାମଚନ୍ଦ୍ର ଦାଶ ସ୍ମୃତି ସଂସଦ ଓ ଭଗବତୀ ଯୁବକ ସଂଘ ଆନୁକୂଲ୍ୟରେ ସର୍ବ ଭାରତୀୟ ରାମଚନ୍ଦ୍ର ଦାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ସୋମବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ ଭଦ୍ରକର ଇଷ୍ଟକୋଷ୍ଟ ରେଲୱେ ସହିତ ଭୁବନେଶ୍ୱର ର ବାପୁଜୀ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇ ବାପୁଜୀ କ୍ଲବ ବିଜୟ ହୋଇଛି। ଇଷ୍ଟ କୋଷ୍ଟ ରେଲୱେ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତି ନେଇ ୨୦ ଓଭର ରେ ୯ ୱିକେଟ ହରାଇ ୧୩୩ ରନ କରିଥିଲା। ଦଳ ପକ୍ଷରୁ ଅଂଶୁମାନ ମହାନ୍ତି ସର୍ବାଧିକ ୪୧ ରନ,ଏମ ଡି ସାହା ଅର୍ମାନ ୩୩ ରନ କରିଥିଲେ। ଦଳ ପକ୍ଷରୁ ପ୍ରୟାସ ରାଜ ସିଂ ସର୍ବାଧିକ ୩୦ ରନ , ସିଦ୍ଧାନ୍ତ ଜେନା ୨୪ ରନ କରିଥିଲେ। ପ୍ରତିପକ୍ଷ ବୋଲର ନନ୍ଦା ମୁଣ୍ଡା ୩.୫ ଓଭର ରେ ୨ ୱିକେଟ,ସାଇଲ ଖାନ ୩ ଓଭର ରେ ୨ ୱିକେଟ ଅକ୍ତିଆର କରିଥିଲେ।ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବାପୁଜୀ କ୍ଲବ ର ଅତୁଲ ସିଂ ସୁରୱାର ଙ୍କୁ ସମାଜସେବୀ ଜଗବନ୍ଧୁ ସାହୁ ପୁରସ୍କୃତ କରିଥିଲେ। ସୌମ୍ୟରଂଜନ ଦାସ ଓ ଜ୍ୟୋତିପ୍ରକାଶ ମଲ୍ଲିକ ମ୍ୟାଚ ପରିଚାଳନା କରିଥିଲେ।ନିହାର ରଞ୍ଜନ ବେହେରା ଓ ସୁଧାଂଶୁ ସାହୁ ସ୍କୋରର ଥିବାବେଳେ ବଳରାମ ସାହୁ ଅନଲାଇନ ସ୍କୋରର ଥିଲେ। ଜ୍ଞାନରଞ୍ଜନ ଘଡେଇ ,ଏସ କେ ଇମ୍ରାନ ଧାରାବିବରଣୀ ପ୍ରଦାନ କରିଥିଲେ।ସର୍ବ ଭାରତୀୟ ରାମଚନ୍ଦ୍ର ଦାଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ଡାକ୍ତର ସଞ୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ଏନ୍ ଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ,ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ, , ପୂର୍ବତନ ସରପଂଚ ଶରତ ମାଝୀ ,ଖପରପଦା ସମିତି ସଭ୍ୟ ଭାରତ ବିଜୟ ଦଳାଇ ପ୍ରମୁଖ ଯୋଗଦେଇ ଟୁର୍ଣ୍ଣା ମେଂଟକୁ ଉଦଘାଟନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।