Odiapua.com

ସର୍ବ ଭାରତୀୟ କିଶୋର ନାୟକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ନେତାଜୀ ଷ୍ଟଡିୟମ୍ ପୁରୁଷତ୍ତୋମପୁର ଠାରେ ୨୨ତମ ସର୍ବ ଭାରତୀୟ କିଶୋର ନାୟକ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସୋସିଏସନ୍‌ର ସମ୍ପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳଙ୍କ ଆବାହକତ୍ୱରେ କମିଟିର ଅଜୟ କୁମାର ନାୟକ, ମୁକ୍ତିକାନ୍ତ ସାହୁ, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ଅରୁଣ କୁମାର ନାୟକ, ସଞ୍ଜୟ ମଜୁମ୍‌ଦାର, ସାଇପ୍ରସାଦ ସାହୁ, ସଞ୍ଜିବ ବେହେରା, ଶିଶିର ବିଶ୍ୱାଳ, ଧନର୍ଜୟ ବିଶ୍ୱାଳ, ପ୍ରଶାନ୍ତ ସାହୁ, ଭାଗିରଥି ନାୟକ ପ୍ରମୁଖ ଯୋଗଦେଇ ଚଳିତ ମାସ ୨୧ ରୁ ୨୮ ତାରିଖ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳା ଯିବା ନେଇ ଆଲୋଚନା କରାଯାଇଥିଲା । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୮ଗୋଟି ଦଳ ଭାଗ ନେବେ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ କଟକ ବନାମ୍ ସି.ଟି.ସି ଟାଟା, ଦ୍ୱିତୀୟ ମ୍ୟାଚ୍ ୟୁନିୟନ ସ୍ପୋଟିଂ କଟକ ବନାମ୍ ତ୍ରୀଲତା କ୍ରିକେଟ୍ ଏକାଡେମିକ୍ କଲିକତା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୩ରେ ପ୍ରଥମ ସେମି ଫାଇନାଲ୍ ଏବଂ ୨୪ରେ ପୁଲ୍ ବି ର ପ୍ରଥମ ମ୍ୟାଚ୍ ପ୍ରୋଗ୍ରେସିବ୍ ଝାସୁଗୁଡ଼ା ବନାମ୍ ୟୁନାଇଟେଡ଼୍ ଇଲେଭେନ୍ ରାଞ୍ଚି ଏବଂ ୨୫ରେ ଇଷ୍ଟ କୋଷ୍ଟ ରେଲୁଏ ବିଶାଖାପାଟଣମ୍ ବନାମ୍ ଏନ୍‌.ଏନ୍‌.ଏସ୍ କ୍ରିକେଟ୍ ଏକାଡେମିକ୍ ଆହ୍ଲାବାଦ୍ ମଧ୍ୟରେ ଖେଳାଯିବ । ୨୬ ତାରିଖରେ ୨୪,୨୫ର ବିଜେତା ଦ୍ୱିତୀୟ ସେମି ଫାଇନାଲ୍ ଖେଳିବେ । ଏହି ଟୁର୍ଣ୍ଣମେଣ୍ଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚ୍ ୨୮ ତାରିଖରେ ହେବ ବୋଲି ଟୁର୍ଣ୍ଣାମେଣ୍ଟକମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ ଜଣାଇଛନ୍ତି ।