Odiapua.com

ସର୍ବୋଦୟ ସଂଗଠକ ସ୍ୱାଧିନତା ସଂଗ୍ରାମୀ ଉତ୍କଳଜ୍ୟୋତି ଗୟାଧର ବାରିକଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକୀ

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ସର୍ବୋଦ ସଂଗଠକ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଗୟାଧର ବାରିକଙ୍କ ଦ୍ୱାଦଶତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ବାଲଗୋପାଲ ମନ୍ଦିର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତିତ୍ୱ କରିଥିଲେ ଇତିହାସବିତ ଡ. ଭାଗବତ ତ୍ରିପାଠୀ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରିଥିଲେ ବିଶିଷ୍ଟ ବକ୍ତା ସାହିତ୍ୟିକ ପ୍ରଫେସର ଡ. ବ୍ରଜମୋହନ ମିଶ୍ର। ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ ଶାନ୍ତିଲତା ନାଗ। ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷାବିତ୍ ଗୟାଧର ପଣ୍ଡା। ପ୍ରାରମ୍ଭିକ ଭାଷଣ ଓ ସ୍ମୃତି ସଂସଦ ବିଷୟରେ ବକ୍ତବ୍ୟ ରଖିଥିଲେ ଶିକ୍ଷାବିତ୍ ନାସିର୍ ବକ୍ସ। ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀ କଳାକାର ମାନେ। ସଂପାଦକୀୟ ବିବରଣୀ ପାଠ କରିଥିଲେ ଉପେନ୍ଦ୍ର କୁମାର ବାରିକ, ମୁଖ୍ୟବକ୍ତା ପ୍ରଫେସର ଡ. ଶଶଧର ଦାସ ତାଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ବୈଷିକ ଯୁଦ୍ଧକାଳୀନ ସମସ୍ୟା ଉପରେ ଆଲୋକପାତ କରି କହିଥିଲେ ଯେ ବର୍ତମାନ ପରିସ୍ଥିତିରେ ଗାନ୍ଧିବାଦର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ। ଏହି ଉତ୍ସବରେ ଓଡ଼ିଶା ତଥା ଭାରତ ବର୍ଷର ଜଣେ ପ୍ରତିଷ୍ଠିତ ସମାଜସେବୀ, ଗାନ୍ଧିବାଦୀ ଓ ଭାରତ ସେବକ ସମାଜର ଜାତୀୟ ସଭାପତି ଦାମୋଦର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମାନପତ୍ର ପାଠ କରିଥିଲେ ପ୍ରଫୁଲ୍ଲ କୁମାର ପରିଡା, ସମ୍ବର୍ଦ୍ଧନାର ପ୍ରତିଉତ୍ତୋରରେ ମୁଖ୍ୟ ଅତିଥି ଦାମୋଦର ସାହୁ କହିଥିଲେ ଯେ, ମଣିଷ ଜୀବନରେ ଗାନ୍ଧିବାଦ ଆବଶ୍ୟକତା, ପ୍ରସଙ୍ଗିକତା ଓ ଭଗବତସତ୍ୱାର ମାର୍ଗଦର୍ଶନ ପାଇଁ ନିଜ ଜୀବନକୁ ଦୁଃଖି ଓ ସମାଜର ତଳ ସ୍ତରରେ ଥିବା ଲୋକମାନଙ୍କ ପାଇଁ ଉତ୍ସର୍ଗୀକୃତ କରିବାରର ଆବଶ୍ୟକତା ଅଛି। ସମ୍ମାନିତ ଅତିଥିଭାବେ ଭଦ୍ରକର ପୂର୍ବତନ ପୌରପାଳ ମାନସ କୁମାର ମହାନ୍ତି ଯୋଗଦାନ କରିଥିଲେ।

ଅନ୍ୟତମ ବକ୍ତାଭାବରେ ବିଶିଷ୍ଟ ଶିକ୍ଷାବିତ୍ ରବିନ୍ଦ୍ର କୁମାର ସାହୁ, ବୈଲୋଚନ ଜେନା, ସ୍ୱାଧିନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ଶ୍ୟାମସୁନ୍ଦର ବେହେରା, ଗୟାଧର ବାରିକଙ୍କ ଜୀବନ ସଂଗ୍ରାମ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ମୃତି ସଂସଦ ତରଫରୁ ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀ ଗିରିଧାରୀ ମୁଖୀ ଓ ଗାନ୍ଧି ଓଡିଶା ବାଳାଶ୍ରମର କୃତି ଛାତ୍ର ଶ୍ରୀମାନ୍ ରାମ ହାଂସଦାଙ୍କୁ ପ୍ରସସ୍ଥି ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ସ୍ମୃତି ସଂସଦ ଦ୍ୱାରା ଭଦ୍ରକ ଜିଲ୍ଲାର ଜଣେ ଉଦ୍ୟମାନ ଯୁବ କ୍ରିକେଟ ଖେଳାଳୀ ହର୍ଷିତ ରାଠୋରଙ୍କୁ ଦେବେନ୍ଦ୍ର ସ୍ମୃତି ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାକୁ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ସାଫଲ୍ୟ ମଣ୍ଡିତ କରିଥିଲେ ସେମାନେ ହେଲେ କୈଳାସ ଚନ୍ଦ୍ର ପଣ୍ଡା, ଅଜୟ କୁମାର ନାୟକ, ଅଭୟ ଦ୍ୱିବେଦୀ, ଡ. ହରିହର ନାୟକ, ରମାକାନ୍ତ ମଣ୍ଡଳ, କମଳାକାନ୍ତ ସ୍ୱାଇଁ, ନିର୍ମଳ ରାଉତ, ନିହାର ରଂଜନ କର, ଡ. ମନିନ୍ଦ୍ର କୁମାର ମହାନ୍ତି, ନାରାୟଣ ନାଗ, ସୀତାକାନ୍ତ ଦାସ, ବିଚିତ୍ରାନନ୍ଦ ଦାସ, ସନାତନ ଦାସ, ରାଜେନ୍ଦ୍ର କୁମାର ବାରିକ, ମିଲି ପରିଡା, ଆଦିତ୍ୟ ନାୟକ, ନିର୍ମଳ ଲୋଚନ ଚାନ୍ଦ, ରାଜଲକ୍ଷ୍ମୀ ଦାସ, ଭାଗ୍ୟଲକ୍ଷ୍ମୀ ପଲାଇ ଓ ବିଜୟଲକ୍ଷ୍ମୀ ଦାସ, ଡ. ରାଇମୋହନ ମହାପାତ୍ର, ଗୌରାଙ୍ଗ ଚନ୍ଦ୍ର ବାରିକ, ହରମୋହନ ଜେନା। ଶେଷରେ ସ୍ମୃତି ସଂସଦ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ କୁମାର ପଲେଇ।