Odiapua.com

ସର୍ବଭାରତୀୟ ସ୍ତରୀୟ ଗୌରବ ଅର୍ଜନ କଲେ ହୃତିକ ଭରଦ୍ୱାଜ

ବଲାଙ୍ଗୀର ୧୩ା୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ): ବଲାଙ୍ଗିରର ହ୍ରିତିକ୍‌ ଭରଦ୍ୱାଜ ଷଡ଼ଙ୍ଗୀ ଲ’ ଆଡ଼୍‌ମିସନ୍‌ ଟେଷ୍ଟ-୨୦୨୦ (କ୍ଲାଟ ) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଗୌରବ ଅର୍ଜନ କରିଛନ୍ତି। ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିବା କ୍ଲାଟ୍‌ ପରୀକ୍ଷାରେ ହ୍ରିତିକ୍‌ ସର୍ବଭାରତୀୟସ୍ତରରେ ୮୬.୭୫ ମାର୍କ ରଖି ୨୮୦ ର‍୍ୟାଙ୍କ ହାସଲ କରିଛନ୍ତି। ତେବେ ଇତିମଧ୍ୟରେ ହ୍ରିତିକ୍ ରାଜସ୍ଥାନର ନ୍ୟାସ‌ନାଲ୍‌ ଲ’ ୟୁନିଭ‌ର୍ସିଟି, ଯୋଧପୁରରେ ତାଙ୍କ ଆଡ଼‌ମିସନ୍‌ ହୋଇ ସାରିଥିବା କହିଛନ୍ତି। ପାଠପଢ଼ା ସରିବା ପରେ ଏକ ଏନ‌ଜିଓ ପ୍ରତିଷ୍ଠା କରି ଗରିବ ତଥା ଆଇନ ଦିଗରେ ଅପହଂଚ ରହୁଥିବା ଜନସାଧାରଣଙ୍କୁ ସହଯୋଗ କରିବି ବୋଲି ହ୍ରିତିକ୍ ପ୍ରକାଶ କରିଛନ୍ତି। ପିତା ସୁଶାନ୍ତ ଷଡ଼ଙ୍ଗୀ ଏଲଆଇସି ବିଭାଗ ରେ ଅଭିକର୍ତା ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମାଆ ତୃପ୍ତିମୟୀ ଷଡ଼ଙ୍ଗୀ ଗୃହିଣୀ ବୋଲି ଜଣାଇଛନ୍ତି।