Odiapua.com

ସର୍ବଭାରତୀୟ ସ୍ତରରେ ନିଟ୍‌ରେ କୃତକାର୍ଯ୍ୟ ହୋଇଛନ୍ତି ଶ୍ରୀମାନ୍ ସାଇଜ୍ୟୋତି

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳର ୧୦ନମ୍ବର ୱାର୍ଡ଼ର ମନ୍ତେଇବାଟି ଗ୍ରାମର ଶିକ୍ଷାବିତ୍ ବ୍ରଜକିଶୋର ମଲ୍ଲିକ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ମହାପାତ୍ରଙ୍କ ସୁ-ପୁତ୍ର ସାଇଜ୍ୟୋତି ମଲ୍ଲିକ ବିନା କୋଚିଙ୍ଗରେ ପ୍ରଥମ ପ୍ରଚେଷ୍ଟାରେ ସର୍ବଭାରତୀୟ ସ୍ତରରେ (ସର୍ବଭାରତୀୟ ଡ଼ାକ୍ତରୀ ଚୟନ) ନିଟ୍ ପରୀକ୍ଷାରେ ୭୨୦ ନମ୍ବରରୁ ୬୯୪ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୨୩୯ ସ୍ଥାନ ଦଖଲ କରିଛନ୍ତି । ସାଇଜ୍ୟୋତି ଡ଼ିଏଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁରରୁ +୨ ବିଜ୍ଞାନ ସିବିଏସ୍‌ଇ ମାଧ୍ୟମରେ ପରୀକ୍ଷା ଦେଇ ୨୦୨୧ରେ ୯୮.୦୪% ରଖି ଡ଼ିଏଭିରେ ସର୍ବକାଳୀନ ରେକର୍ଡ଼ ଭଙ୍ଗକରି ନୂଆ ଇତିହାସ ସ୍ଥାପନ କରିଥିଲେ । ଏହା ପୂର୍ବରୁ ନାଇଜରରେ ୨୭୩ରେଙ୍କ ରଖି ନିଜର ମେଧା ପ୍ରତିଭାକୁ ପ୍ରତିପାଦିତ କରିଛନ୍ତି । ବିଭିନ୍ନ ପାରୀକ୍ଷାର ମଧ୍ୟ କୃତ କାର୍ଯ୍ୟ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ । ଆଜି ଧାମନଗରର ବିଧାୟକ ତଥା ବିରୋଧିଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ୱାରା ପ୍ରକାଶିତ ଘାସଫୁଲ ସାହିତ୍ୟ ପତ୍ରିକା ଅନୁଷ୍ଠାନ ପକ୍ଷରୁ ସାଇଜ୍ୟୋତିକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶ ଥାଉକି ସାଇଜ୍ୟୋତି ଜଣେ ସାଧାରଣ ପରିବାରର ଜନ୍ମ ଗ୍ରହଣ କରିଥିବାବେଳେ ବାପା ଜଣେ ବ୍ୟବସାୟୀ ଓ ମା’ ଜଣେ ଶିକ୍ଷୟିତ୍ରୀ ତାଙ୍କର ପ୍ରଚେଷ୍ଟାରେ ସାଇଜ୍ୟୋତି ଆଜି ସର୍ବଭାରତୀୟ ସ୍ତରରେ ନିଜର ପ୍ରତିଭାକୁ ବିକିଶତ କରିଥିବାରୁ ଧାମନଗର ଅଂଚଳରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।