ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବଭାରତୀୟ ଶ୍ରମିକ ନେତା ପ୍ରତାପ ପଣ୍ଡାଙ୍କ ୧୫ତମ ଶ୍ରାଦ୍ଧବାଷିର୍କୀ ସ୍ଥାନୀୟ ଟାଉନହଲରେ ଆଜି ପାଳନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ, ପରିବାର ଓ ଜନକଲ୍ୟାଣ ମନ୍ତ୍ରୀ ମୁକଶେ ମହାଲିଙ୍ଗ ମୁଖ୍ୟ ଅତିଥି ଏବଂ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତାପ ପଣ୍ଡାଙ୍କ ଭଳି ନୀର୍ଭିକ ଶ୍ରମିକ ନେତା ସମଗ୍ର ଭାରତ ବର୍ଷରେ ବିରଳ ବୋଲି କହିଥିଲେ। ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ରବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଯୋଗଦାନ କରିଥିଲେ। ଅନ୍ୟତମ ଅତିିଥ ଭାବେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭାରତୀୟ ମଜଦୂର ସଂଘର ରାଜ୍ୟ ସଂସଂଗଠନ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ଯୋଗ ଦେଇଥିଲେ। ବିଜୟ ମିଶ୍ରଙ୍କ ସଂଚାଳନରେ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତାପ ପଣ୍ଡା ସ୍ମୃତି ସଂସଦ ଆନୁକୂଲ୍ୟରେ ଗତ ୮ ତାରିଖଠାରୁ ଜିଲ୍ଳାରେ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଇଥିଲା। ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତା କରାଯାଇ ସେମାନଙ୍କୁ ଏହି ଅବସରରେ ଅନୁଷ୍ଠିତ ସ୍ମୃତିସଭାରେ ସମ୍ବଦ୍ଧିର୍ତ କରାଯାଇଥିଲା। ଯୁବନେତା ସୁରେଶ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଭାରତୀୟ ମଜଦୂର ସଂଘ ଜିଲ୍ଳା ସଭାପତି ମନୋଜ ବସନ୍ତରାୟ ଅତିଥିମାନଙ୍କୁ ସମ୍ବଦ୍ଧିର୍ତ କରିଥିଲେ। ସାଇସ୍ମିତା ମହାନ୍ତି ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବି.କେ. ଷ୍ଟିଲ୍, ଖୁଂଟୁଣୀ, ଡସିଏଲ୍, ଓରିକ୍ଲିନ୍, ଆଏର୍ସ୍ୱି, ଧାମରା ବନ୍ଦର କର୍ମଚାରୀ ସଂଘ, ଅଲ୍ ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘ, ଆଶାକର୍ମୀ ସଂଘ, ଅଲ୍ ଓଡ଼ିଶା ଅଙ୍ଗୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍, ପାଚିକା ସଂଘ, ସିଆର୍ପି ର କର୍ମକର୍ତା ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ଶାନ୍ତନୁ ମହାପାତ୍ର, ମୁକ୍ତିକାନ୍ତ ସାହୁ, ଅରୁଣୋଦୟ ଖିଲାର, ହିମାଂଶୁ ନାୟକ, ପ୍ରତାପ ପଣ୍ଡଙ୍କ ପତ୍ନୀ ସଞ୍ଜୁଲତା ଦାଶ, ବିକାଶ ସାମଲ, ରାମଚନ୍ଦ୍ର ରାଉତ ସରପଂଚ ଅମୂଲ୍ୟ ନାୟକ, ସନ୍ଧ୍ୟାରାଣୀ ପହି, ଜ୍ୟୋତିପ୍ରକାଶ ଦାସ, ରବି ସାହୁ, ରାଜୀବ ସମାଲ, ରାକେଶ ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ, କମଳାକାନ୍ତ ସାହୁ, ବିପ୍ର ସେଠୀ, ବିଶ୍ୱନାଥ ଜେନା, ଅଶୋକ ନାୟକ, କୌଶଲ୍ୟା ରାଉତ, ଲକ୍ଷ୍ମୀପ୍ରିୟା ପାତ୍ର, ରେଶ୍ମା ଖାତୁନ, ସିନ୍ଧୁଲତା ସାମଲ, ସ୍ୱର୍ଣ୍ଣଲତା ବେହେରା, ଦ୍ରୌପଦୀ ସାହୁ, ନିରୂପମା ପତ୍ରୀ, ସ୍ୱର୍ଣ୍ଣଲତା ମଲ୍ଲିକ, ସସ୍ମିତା ନାୟକ, ସୁଜତା ଦାସ, ସୁଭଦ୍ରା ପାତ୍ର ଶକୁନ୍ତଳା ସାମଲ, ମିନତୀ ପଣ୍ଡା, ବିଭୂତି ଭୂଷଣ ପାଣିଗ୍ରାହୀ, ପ୍ରିୟନାଥ ଧଳ, ବରଦା ପ୍ରସନ୍ନ ସମାଲ, ପ୍ରଶାନ୍ତ ମିଶ୍ର, ସଞ୍ଜୟ ମହାନ୍ତି, ତପନ ପଣ୍ଡା, ମନୋଜ ପାତ୍ର, ସୁଶାନ୍ତ ନାୟକ, ରବୀନ୍ଦ୍ର ଦେଓ, ଉମ।।କାନ୍ତ ଦାସ, ଚନ୍ଦ୍ରଶେଖର ଜେନା, ମନୋଜ ଲେଙ୍କା, ବିଜୟ ପ୍ରତାପ ଜେନା, ଲକ୍ଷ୍ମଣ ମହାକୁଡ଼ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ପ୍ରତିଭା ସମ୍ମାନରେ ବସନ୍ତ କୁମାର ସାହୁ, ରାଜେନ୍ଦ୍ର ମହାନ୍ତି, ନୃସିଂହ ସାହୁ, ନିରଞ୍ଜନ ସ୍ୱାଇଁ, ଇଂ ସୁବ୍ରତ ମହାପାତ୍ର, ମିନତୀ ସାହୁ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ବାହ୍ନରେ ବିଷ୍ଣୁପୁର ଛକଠାରେ ରାଜ୍ୟ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ପ୍ରତାପ ପଣ୍ଡାଙ୍କ ପ୍ରତିମୂତିର୍ରେ ମାଲ୍ୟାର୍ପଣ କରିଥିଲେ। ପରେଶନାଥ ଧଳ, ଯୋଗେଶ୍ୱର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।