Odiapua.com

ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭଦ୍ରକ ତାଇକୋଣ୍ଡ ଖେଳାଳିଙ୍କ ସଫଳତା

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକିରମୋହନ ବିଶ୍ୱବିଦ୍ୟାଳୟରେ ସର୍ବଭାରତୀୟ ପ୍ରତିଯୋଗିତା ୨୦୨୦ରେ କୃତିତ୍ୱ ଲାଭ କରିଥିବା ବାଳକ ବର୍ଗର ପ୍ରତିଯୋଗିତା ସତ୍ୟପ୍ରକାଶ ମହାନ୍ତି, ଜଗନ୍ନାଥ ବେହେରା, ରାଜକୁମାର ନାଏକ ଓ କୋଚ ଚିନ୍ମୟ ବେହେରାଙ୍କୁ ଉପକୁଳପତି ଅଧ୍ୟାପିକା ମଧୁସ୍ମିତା ଦାଶ, ରେଜିଷ୍ଟ୍ରର ବ୍ରହ୍ମାନନ୍ଦ ବେହେରା (ଓଏଏସ) ବିଶ୍ୱବିଦ୍ୟାଳୟ କ୍ରୀଡା ନିର୍ଦ୍ଦେଶକ ଡଃ ଭାସ୍କର ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥଲା । ଏଫ.ଏମ. ବିଶ୍ୱବିଦ୍ୟାଳୟ କ୍ରୀଡା ବିଭାଗର ବରିଷ୍ଠ ଅଧିକାରୀ ସଂଗ୍ରାମ କେଶରୀ ବିଷୋଇ, ମହେଶ୍ୱର ପ୍ରଧାନ ଏବଂ କାହ୍ନୁ ଚରଣ ନନ୍ଦ କ୍ରୀଡାବିତ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଥିଲେ । ଏହି ସର୍ବଭାରତୀୟ ତାଇକୋଣ୍ଡ ପ୍ରତିଯୋଗିତା ୨୦୨୦ ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପଟିଆଲା ଠାରେ ଅନୁଷ୍ଠିତ ହୋଇଥିଲା । ପିଲାମାନଙ୍କର କୃତିତ୍ୱକୁ ତ୍ୱରାନ୍ୱିତ ରଖିବା ନିମନ୍ତେ ଜିଲ୍ଲା ତାଇକୋଣ୍ଡ ସଂଘର ସଭାନେତ୍ରୀ ରଞ୍ଜିତା ସ୍ୱାଇଁ, ଉପସଭାପତି ଦେବବ୍ରତ ମହାନ୍ତି, ଆନନ୍ଦ ମହାଳିକ, ସମ୍ପାଦକ ଚିନ୍ମୟ ବେହେରା, ଯୁଗ୍ମ ସମ୍ପାଦକ ପ୍ରକାଶଜ୍ୟୋତି ମହାକୁଡ, ବାସ୍କେଟବଲ୍ କୋଚ୍ ମନୋଜ କୁମାର ସାହୁ, ଓଡିଶା ଭେଟ୍ରାନ ସ୍ପୋର୍ଟସର ସଭାପତି ଶୁଭେନ୍ଦୁ ରାୟ ମହାପାତ୍ର, ଉପସଭାପତି ତଥାଗତ ସାମଲ, ମୁଖ୍ୟବକ୍ତା ସ୍ୱାଧିନ ସୁନ୍ଦର ଦାସ, କ୍ରୀଡାବିତ୍ ପ୍ରସନ୍ନଜିତ୍ ବିଶ୍ୱାଳ, ନବୀନ ପଡିହାରୀ, ହରପ୍ରିୟା ମହାକୁଡ, ଶାଶ୍ୱତୀ ନାଏକ, ଆର୍ଚେରୀ ସଂଘର କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ଦୀକ୍ଷିତ୍ ଓ ସମ୍ପାଦକ ସ୍ୱଦେଶ ରଂଜନ ରାଉତ ପିଲାମାନଙ୍କୁ ଉତ୍ସାହିତ କରିବା ସହିତ ଭବିଷ୍ୟତରେ କିପରି ବିଶ୍ୱ ୟୁନିଭର୍ସେଡ୍ ପ୍ରତିଯୋଗିତାରେ ପଦକ ହାସଲ କରିବା ସେଥିଲାଗି ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବକ୍ତବ୍ୟ ରଖିଛନ୍ତି ।