Odiapua.com

ସର୍ବଭାରତୀୟ ଫୁଟବଲ୍ ନୟାଗଡ଼ କପ୍ : ଗୋଆ ୩-୧ ଗୋଲରେ ବିଜୟୀ

ନୟାଗଡ଼, ୫ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍ ନୟାଗଡ଼ କପ୍ ର ଦ୍ୱିତୀୟ ଦିନରେ ଗୋଆ ସିଗ୍ ନାଲ ଏଫସି ଦଳ ଭୁବନେଶ୍ୱର ସଂଘର୍ଷ କ୍ଳବକୁ ୩-୧ ଗୋଲରେ ହରାଇ ବିଜୟୀ ହୋଇଛି। ୭୮୬ ୟୁଥ୍ କ୍ଳବ ସିନ୍ଦୁରିଆ ଓ ଜିଲ୍ଲା ଆଥଲେଟିକ ଆସୋସିଏସନର ମିଳିତ ଆନୁକୂଲୃରେ ରେ ଚାଲିଥିବା ଦ୍ୱିତୀୟ ଦିନର ଖେଳ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା। ଖେଳ ଆରମ୍ଭରୁ ଗୋଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରି ଚମକପ୍ରଦଭାବେ ଭୁବନେଶ୍ୱର ସଂଘର୍ଷ କ୍ଳବକୁ ଳଗାତର ୩ଟି ଗୋଲ ଦେଇଥିବାବେଳେ ସଂଘର୍ଷ କ୍ଳବ କେବଳ ଗୋଟିଏ ଗୋଲ ଦେଇ ନିଜର ସନ୍ତୁଷ୍ଟି ମେଂଟାଇଥିଲେ। ପ୍ରଥମରୁ ସଂଘର୍ଷ କ୍ଳବ ଧିମାଇ ଯାଇଥିଲାବେଳେ ଶେଷବେଳକୁ ନିଜର କରିସ୍ମା ଦେଖାଇ ଗୋଟିଏ ଗୋଲ ଦେଥିଲେ ମଧ୍ୟ ଆଉ ଅଧିକ ଗୋଲ ଦେବା ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲେ ମଧ୍ୟ ସମୟ ସାଥ୍ ଦେଇନଥିଲା। ତେବେ ଶେଷବେଳକୁ ଗୋଆଦଳ ଧିମାଇ ଯାଇଥିଲାବେଳେ ସଂଘର୍ଷ କ୍ଳବ ନିଜର ସଂଘର୍ଷ ଦେଖାଇ ଦର୍ଶକଙ୍କ ବେଶ୍ ସମର୍ଥନ ପାଇଥିଲା। ଗୋଆ ଦଳର ୨ଟି ଗୋଲ ଦେଇଥିବା ସୁକ୍ ଲାବ୍ ବର୍ ଦୋଲାଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ସହ ଅର୍ଥରାଶି ପୁରଷ୍କୃତ କରାଯାଇଥିଲା। ଖେଳରେ ମୁଖ୍ୟ ରେଫରିଭାତବେ ସୁଦିପ୍ତ ଦାସ ଏବଂ ତାଙ୍କୁ ସହଯୋଗ କରିଥିଲେ ଜ୍ୟୋତିରଂଜନ ସ୍ୱାଇଁ, ଶେଷଦେବ ବେହେରା ଓ ଅଶୋକ କୁମାର। ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟଅତିଥିଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ପଡ଼ିଆରେ ଭରପୁର ଦର୍ଶକ ବେଶ୍ ଉତ୍ସାହର ସହିତ ଖେଳ ଉପଭୋଗ କରୁଥିଲେ। ଆସନ୍ତାକାଲି ଓଡ଼ିଶା ପୋଲିସ ସହ ହାଇଦ୍ରାବାଦର ମୁକାବଲା ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଜଣାପଡ଼ିଛି।