ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚରମ୍ପା ରେଲ୍ୱେ ପଡିଆ ଠାରେ ବାସନ୍ତୀ ଇନ୍ଫ୍ରାଟେଲ୍ ପ୍ରେଜେଣ୍ଟସ୍ ସର୍ବଭାରତୀୟ ଦ୍ୱିତୀୟ ମହାବୀର କପ୍ ୨୦୨୪ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି । ପ୍ରଥମ ଦିନର ପ୍ରଥମ ମ୍ୟାଚ୍ ଭଦ୍ରକ ରେଲ୍ୱେ ଓ ୟୁନିକ୍ ଇଲେଭେନ୍ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଛି । ଭଦ୍ରକ ରେଲ୍ୱେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସିରେ କେନ୍ଦୁଝର ୮ ୱିକେଟ୍ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲା । ରେଲ୍ୱେ ତରଫରୁ ଅସିତ କୁମାର ସାହୁ ୫ ୱିକେଟ୍ ନେଇଥିବାବେଳେ ଇମ୍ରାନ୍ ଖାନ୍ ୨ଟି ୱିକେଟ୍ ନେଇଥିଲେ । ୟୁନିକ୍ ଇଲେଭେନ୍ ପକ୍ଷରୁ ଅସିତ୍ କୁମାର ସାହୁ ୪୭ ରନ୍, ବ୍ରହ୍ମାନନ୍ଦ ରାଉତ ୩୬ ରନ୍ ଓ ବିଶ୍ୱଜିତ୍ ଜେନା ୩୨ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ଇନିଂସରେ ରେଲ୍ୱେ ପକ୍ଷରୁ ଜ୍ୟୋତିରଂଜନ ମହାରଣା ୩୮ ରନ୍, ହରେକୃଷ୍ର ବାରିକ ୩୭ ରନ୍ ଓ ଆକାଶ ମହାପାତ୍ର ୨୭ ରନ୍ ସଂଗ୍ରହ କରିଥିବାବେଳେ ୟୁନିକ୍ ଇଲେଭନର ବୋଲର ଅସିତ୍ ସାହୁ ୫ଟି ଓ ଇମ୍ରାନ୍ ଖାନ୍ ୨ ଟି ୱିକେଟ୍ ଅକ୍ତିଆର କରିଥିଲେ । ତେବେ ୨୯ ରନ୍ରେ ୟୁନିକ୍ ଇଲେଭେନ୍ ବିଜୟୀ ହୋଇଥିଲା । ଅସିତ୍ କୁମାର ସାହୁଙ୍କୁ ଫ୍ଲେୟାର ଅଫ୍ ମ୍ୟାଚ୍ ଘୋଷିତ କରାଯାଇଥିଲା । ଏହି ମ୍ୟାଚ୍ରେ ସତ୍ୟବ୍ରତ ଜେନା ଓ ଶରଦ ପ୍ରସନ୍ନ ମହାପାତ୍ର ଅମ୍ପାୟାର ଥିବାବେଳେ ସ୍କୋର ବୋର୍ଡ ଦାୟିତ୍ୱରେ କରଣ ଖାନ୍ ଥିଲେ ।