Odiapua.com

ସର୍ବଭାରତୀୟ ଟିଲୋ କପ୍ କ୍ରିକେଟ୍ , ନିମପୁର ଓଡିଶା ଓ ସିଏଜି ଦିଲ୍ଲୀ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଟିଲୋ ହନୁମାନ ଜୀୟୁ ପଡିଆରେ ଚାଲିଥିବା ସର୍ବଭାରତୀୟ ଟିଲୋ କପ୍ କ୍ରିକେଟ୍ ଟୁର୍ଣ୍ଣାମେଟଂର ଗୁରବାର ଅନୁଷ୍ଠିତ ୨ ଟି ମ୍ୟାଚ୍‌ରେ ନିମପୁର ଓଡିଶା ଓ ସିଏଜି ଦିଲ୍ଲୀ ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି । ପ୍ରଥମ ମ୍ୟାଚ ନିମପୁର ଓଡିଶା ଓ ଏସପିଜେ କାର୍ଗୋ ଦିଲ୍ଲୀ ମଧ୍ୟରେ ହୋଇଥିଲା । ଟସ୍ ଜିଣି ନିମପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮.୫ ଓଭରରେ ସମସ୍ତ ୱିକେଟ୍ ୧୪୦ ରନ୍ କରିଥିଲା । ଦଳର ଶୁଭମ୍ ଶତ୍ରୁଜିତ୍ ୩୦ ବଲ୍ ୨୬ ରନ୍‌, ବିକ୍ରମ ସାମଲ ୧୩ ବଲ୍ ୨୮ ରନ୍‌, ରଘୁନାଥ ମଲ୍ଲ ୧୧ ବଲ୍ ୧୮ ରନ୍ କରିଥିଲେ । ଏସପିଜେ କାର୍ଗୋର ବୋଲର ବିବେକ କୁମାର ୪ ଓଭର ୧୪ ରନ୍ ଦେଇ ୫ ୱିକେଟ୍‌, ରମେଶ ପ୍ରସାଦ ୪ ଓଭର ୧୦ ରନ୍ ଦେଇ ୧ ୱିକେଟ୍ ନେଇଥିଲେ । ୧୪୧ ରନର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଏସପିଜେ କାର୍ଗୋ ବିଶାଲ୍ କଶଭଙ୍କ ୨୩ ବଲ୍ ୩୬ ରନ୍‌, ସକ୍ଷମ ଶର୍ମାଙ୍କ ୧୭ ବଲ୍ ୨୧ ରନ୍ ବଳରେ ୧୧୨ ରନ୍ କରି ପରାଜୟ ବରଣ କରିଥିଲେ । ନିମପୁରର ବୋଲର ରାମଚନ୍ଦ୍ର ବେହେରା ୩.୧ ଓଭରରେ ୧୪ ରନ୍ ଦେଇ ୩ ୱିକେଟ୍‌, ପ୍ରଦୀପ ପ୍ରଧାନ ୩ ଓଭର ୨୮ ରନ୍ ଦେଇ୨ଟି ୱିକେଟ୍ ନେଇଥିଲେ । ୨ ୟ ମ୍ୟାଚ୍ ଏମଏଚକେଏଲ୍ ବନାରସ ସହ ସିଏଜି ଦିଲ୍ଲୀ ମଧ୍ୟରେ ହୋଇଥିବା ବେଳେ ବନାରସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା । ଦଳର ଆୟୁଷ ମଲ୍ଲ ୪୧ ବଲରେ ୨ ଚୌକା, ୩ ଛକା ବଳରେ ୪୧ରନ୍‌, ରଞ୍ଜିତ୍ ଅଗ୍ରୱାଲ୍ ୨୩ ବଲରେ ୨ ଚୌକା ୩ ଛକା ବଳରେ ୩୬ ରନ କରିଥିଲେ । ପ୍ରତିପକ୍ଷର ବୋଲର ଏମଏଚକେଏଲର ବୋଲର ଅରଫାତ୍ ଖାନ୍ ୩ ଓଭର ୧୬ ରନ୍ ୨ ୱିକେଟ୍‌, ସୁମିତ୍ ମାଥୁର ୩ ଓଭର ୧୫ ରନ୍ ୨ ୱିକେଟ୍ ନେଇଥିଲେ । ଆଜିର ଖେଳକୁ ଲଲାଟ କେଶରୀ ନନ୍ଦ, ରଞ୍ଜନ ମହାନ୍ତି, ବିଷ୍ଣୁ ପ୍ରସାଦ ମିଶ୍ର, ସୁଧାଂଶୁ ଶେଖର ଲେଙ୍କା ଅମ୍ପାୟାରିଂ କରିଥିଲେ । ସ୍କୋରରେ ସୌରଜିତ୍ ସାହୁ ଥିଲେ । ଆଜିର ଦୁଇଗୋଟି ମ୍ୟାଚରେ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ରାମଚନ୍ଦ୍ର ବେହେରା ଏବଂ ବେଦାନ୍ତ ଭରଦ୍ୱାଜଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରକାଶ ସ୍ୱାଇଁ, ମଳୟ କୁଅଁର, ପ୍ରକାଶ ରାଉତ, ସନ୍ତୋଷ ଧଳ, ବିଦ୍ୟୁତ ବିଶ୍ୱାଳ, ପର୍ଶୁରାମ ସାହୁ, ପ୍ରସନ୍ନ ଜିତ୍ ରାଜ୍‌, ଦୋଳଗୋବିନ୍ଦ ଲେଙ୍କା, ରୁଦ୍ର ନାୟକ,ଶଙ୍କର୍ଷଣ ଧଳ, ଧନେଶ୍ୱର ଧଳ, ରାଜେନ୍ଦ୍ର ଧଳ, ଚିରଞ୍ଜିବୀ ସ୍ୱାଇଁ, ସୁବ୍ରତ ପୃଷ୍ଟି, ଅଭିଜିତ୍ ସ୍ୱାଇଁ, ପ୍ରେମାନନ୍ଦ ବେହେରା, ଅଭିଜିତ ପୁହାଣ, ଅଜିତ୍ ଧଳ, ଅଜିତ୍ ପଡିହାରୀଙ୍କ ସହ ଆସୋସିଏସନର ସମସ୍ତ ସଭ୍ୟମାନେ ଖେଳ ପରିଚାଲନାରେ ସହଯୋଗ କରିଥିଲେ । ଆସନ୍ତାକାଲି ନିମପୁର ଓଡିଶା ସହ ନେକ୍ସେଜ ହାଇଦରାବାଦ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ ବୋଲି ଟିଲୋ ଆଥ୍‌ଲେଟିକ୍ ଆସୋସିଏସନର ସଭାପତି ଇଂ.ଲକିମାଷ୍ଟର ସ୍ୱାଇଁ, ସମ୍ପାଦକ ଅସିତ୍ କର,ଏଲ୍‌.ଅମରଜିତ୍ ସ୍ୱାଇଁ ଜଣାଇଛନ୍ତି ।