ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ସିଲନ୍ଦୀ ଗ୍ରାମର କୁନି ଚେସ୍ ଖେଳାଳୀ ଉଦୟ ପରିଡ଼ା ୧୩ବର୍ଷରୁ କମ୍ ସର୍ବଭାରତୀୟ ବାଳକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ତ୍ରୀପୁରାର ଅଗରତାଲା ସ୍ଥିତ କିଡସ୍ ଚେସ୍ ଏକାଡେମି ଆନୁକୂଲ୍ୟରେ ଚଳିତ ମାସ ୧୫ତାରିଖରେ ୧୧୯୧ତମ ଅନ୍ଲାଇନ୍ ‘ବ୍ଲିଜ୍ ଚେସ୍ ଟୁର୍ଣ୍ଣାମେଣ୍ଟ୍’ ଅନୁଷ୍ଠିତ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ୍ରେ ବନ୍ତ ବ୍ଲକ୍ ବସନ୍ତିଆ ପଞ୍ଚାୟତ ଅନ୍ତର୍ଗତ ସିଲନ୍ଦୀ ନୋଡାଲ ୟୁପିଏମ୍ଇ ସ୍କୁଲର ଛାତ୍ର ଉଦୟ ପରିଡା ୧୩ବର୍ଷରୁ କମ୍ ବାଳକ ବିଭାଗରେ ଅଂଶଗ୍ରହଣ କରିଥିଲେ । ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟ୍ରେ ଦକ୍ଷତାର ସହ ଖେଳ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ତଥା ନିଜ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।