ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ଠାରେ ଚାଲିଥିବା ଦୁଇ ଦିନିଆ ସର୍ବ ଭାରତୀୟ ଚାରୁ ଚନ୍ଦ୍ର ମେମୋରିଆଲ ଭଲି ଟୁର୍ଣ୍ଣର୍ାମେଂଟ ଉଦ୍ଯାପିତ ହୋଇଛି। ଚାରୁଚନ୍ଦ୍ର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଫାଇନାଲ ଖେଳରେ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ କୁ ହରାଇ ସୁପର ସିକ୍ସ କଲିକତା ଚଳିତ ବର୍ଷ ବିଜୟୀ ହୋଇଛି। ପ୍ରଥମ ସେମି ଫାଇନାଲ ମ୍ୟାଚ ହରିୟାଣା ସ୍ପାଇକର ସହ ଇଷ୍ଟ କୋଷ୍ଟ ରେଲୱେ ବିଶାଖାପାଟନମ୍ ମଧ୍ୟରେ ହୋଇଥିବା ବେଳେ ୩-୦ରେ ବିଶାଖାପାଟନମ୍ ବିଜୟୀ ହୋଇଥିଲା। ଦ୍ୱିତୀୟ ସେନିଫାଇନାଲ ମ୍ୟାଚ ରେନବୋ କ୍ଲବ ଭୁବନେଶ୍ୱର କୁ ହରାଇ ସୁପର ସିକ୍ସ କଲିକତା ବିଜୟୀ ହୋଇଥିଲା। ଫାଇନାଲ ଖେଳରେ କଲିକତା ୩-୦ ସେଟରେ ବିଶାଖାପାଟନମ୍ କୁ ହରାଇ ଚାମ୍ପିଆନ ହୋଇଛି। ସୁର୍ଯ୍ୟ କୁମାର ନାୟକ, ସଞ୍ଜୟ କୁମାର ବଳ ମ୍ୟାଚ ରେଫେରୀ ଥିଲେ। ଲାଇନ ଜଜ୍ ଭାବେ ଦେବକାନ୍ତ ନାୟକ, ପ୍ରିୟରଞ୍ଜନ ସାହୁ ,ସ୍କୋରରରେ ହିମାଶୁୁଂ ଦାସ, କଲାକାର ସାମଲ ଥିବା ବେଳେ ଭାଷ୍ୟକାର ଭାବେ ଶିକ୍ଷାବିତ ତପନ ମଜମୁଦାର, ଶିକ୍ଷକ ସେକ୍ ଆଜାରୁଦ୍ଦିନ୍ ଦାୟିତ୍ୱ ତୁଲାଇଥିଲେ। ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ବିଜୟୀ ଓ ରନସ୍ ଅଫ୍ ଦଳକୁ କପ୍ ,ମେଡ଼ାଲ ଓ ଅର୍ଥରାଶି ପ୍ରଦାନ କରିଥିଲେ। ସଂପୃକ୍ତ ଅଂଚଳର ବିଶିଷ୍ଠ ଭଲି ଖେଳାଳି ରଣେନ୍ଦ୍ର ପ୍ରତାପ ମହାନ୍ତି,ହରମୋହନ ବେହେରା, କ୍ରିଡ଼ା ସଂଗଠକ ସୟଦ ସୁଲତାନ ଙ୍କୁ ଉତରୀୟ, ସମ୍ବେଗ ଫଳକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ମାଟ୍ରିକ ଟପ୍ପର୍ , ଓଡ଼ିଶା ଟପ୍ପର (ସିବି.ଏସ୍.ଇ) କାବ୍ୟ ରଞ୍ଜନ ମାଝି, କଟକ ଷ୍ଟୁଆଟ୍ ଟପ୍ପର ତନିସା ନାୟକକୁ ପୁରସ୍କୃତ କରାଯାଇଥିଲା। ସଭାକୁ ବିଶିଷ୍ଟ ନାଟ୍ୟକାର ଡ଼ ସୁଧାଶୁଂ ଶେଖର ନାୟକ ଅଧ୍ୟକ୍ଷତା କରିଥିଲେ। ରମେଶ ନାୟକ, ଅମରେଶ ନାୟକ, ସରେଶ ନାୟକ, ମହେଶ ନାୟକ, ସାଇଶ୍ୱାସତ ନାୟକ, ସାଇ ସତ୍ୟ ନାୟକ,ରେବତି ନାୟକ, କଳ୍ପନା ନାୟକ, ପ୍ରେମଲତା ନାୟକ, ମମତା ନାୟକ, ସରିତା ନାୟକ,ଏଲୋରା ପାଣ୍ଢେ,ସ୍ୱର୍ଣ୍ଣପ୍ରଭା ନାୟକ ସହଯୋଗ କରିଥିଲେ ।