ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଜଗଦଲପୁର ପଂଚାୟତରେ ଥିବା ସର୍ବଦେବାଦେବୀ ମନ୍ଦିରକୁ ଆଜି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବୁଲି ଦେଖିବା ସହ ବାସ୍ତୁବିତଙ୍କ ପରାମର୍ଶ ପରେ ମନ୍ଦିର ଗୁଡିକର ଉନ୍ନତି ପାଇଁ ଯଥାସାଧ୍ୟ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ସ୍ମରଣଯୋଗ୍ୟ ଜଗଦଲପୁର ପଂଚାୟତର ଧିନ୍ଦାସାହିରେ ସୁବାଷ ସାହୁଙ୍କ ଦ୍ୱାରା ନିର୍ମାଣ ହୋଇଥିବା ୫ ଗୋଟି ମନ୍ଦିର ମହାଦେବ, ହନୁମାନ, ରାମ-ସୀତା, ଦୁର୍ଗା ଓ ବିଷ୍ଣୁ ମନ୍ଦିର ପ୍ରତିଷ୍ଠା ପରେ ଦୀର୍ଘ ୮ ବର୍ଷ ଧରି ଅପୂଜା ରହିଥିବା କଥା ବିଧାୟକ ଶ୍ରୀ ମଲ୍ଲିକ ଜାଣିବାକୁ ପାଇଥିଲେ । ଏହାପରେ ସେ ଏହି ମନ୍ଦିରର ଉନ୍ନତି ପାଇଁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିବାର ପରାମର୍ଶ ଦେଇଥିଲେ । ତାଙ୍କ ପରାମର୍ଶ ଅନୁସାରେ ଶିକ୍ଷାବିତ୍ ଭାଗୀରଥି ନାୟକଙ୍କ ତତ୍ତ୍ୱାବଧାନରେ ଶ୍ରୀ ଅନନ୍ତ ନାରାୟଣ ବାସୁଦେବ ସେବା ଟ୍ରଷ୍ଟ ଗଠିତ ହୋଇଛି । ଟ୍ରଷ୍ଟ ଗଠନ ପରେ ଆଜି ପ୍ରଥମ ଥର ପାଇଁ ବିଧାୟକ ଏହି ମନ୍ଦିର ବୁଲି ଦେଖିଥିବାରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଶଙ୍ଖ ହୁଳହୁଳି ମଧ୍ୟରେ ବିଧାୟକଙ୍କୁ ପାଛୋଟି ନେବା ପରେ ଜଗଦଳପୁରର ପୂର୍ବତନ ସରପଞ୍ଚ ବିଜୟ ମହାପାତ୍ର, ଚଣ୍ଡିଗାଁର ସମିତି ସଭ୍ୟ ପ୍ରିୟବ୍ରତ ନାୟକ, ରାହାଞ୍ଜର ପୂର୍ବତନ ସରପଞ୍ଚ ରବିନ୍ଦ୍ର ସାହୁ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସେନାପତି, ଭଦ୍ରକ ବାର୍ ଆସୋସିଏସନ୍ର ଉପସଭାପତି କରୁଣାକର ଦାଶ, ରାହାଞ୍ଜ ପଂଚାୟତର ସରପଞ୍ଚ ଉର୍ମିଳା ଜେନା, ସରପଞ୍ଚଙ୍କ ପ୍ରତିନିଧି ରାଜେନ୍ଦ୍ର ଦାଶ, ଟ୍ରଷ୍ଟର ସଂପାଦକ ଗଣେଶ ଦାଶ ଓ ସାମ୍ବାଦିକ ତପନ କୁମାର ପଣ୍ଡା ପ୍ରମୁଖ ଏକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ସର୍ବଦେବାଦେବୀ ମନ୍ଦିର ବୁଲି ଦେଖିଲେ ବିଧାୟକ
??????