Odiapua.com

ସର୍ପାଘାତରେ ବୃଦ୍ଧଙ୍କ ମୃତ୍ୟୁ

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ମହରମପୁର ଗ୍ରାମ ପଞ୍ଚାୟତ ରାଣୀପୁର (କନ୍ଦପୁର) ଗ୍ରାମର ଆଶାମଣି ମୁଦୁଲି (୭୩) ନାମକ ଜନୈକ ବୃଦ୍ଧଙ୍କର ସର୍ପାଘାତରେ ମୃତ୍ୟୁ ହୋଇଯାଇଛି । ସେ ଗତ ୧୭ ତାରିଖରେ ସକାଳେ ବିଲରେ କାମ କରୁଥିବା ବେଳେ ତାଙ୍କୁ ସର୍ପାଘାତ ହୋଇଥିଲା । ତାଙ୍କୁ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।