Odiapua.com

ସରିଲା ନିର୍ବାଚନ ତାରିଖ ଘୋଷଣା, ପ୍ରାର୍ଥୀ ଘୋଷଣା ନେଇ ସଜବାଜ

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିବା ପରେ ଏବେ ପ୍ରାର୍ଥି ଚୟନ ନେଇ ସବୁ ପଂଚାୟତରେ ସବୁ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଦେଖା ଦେଇଛି ତତ୍ପରତା । ଛିଡୁନି ଅଙ୍କ ପଡୁନି ଭାଗ ନେଇ ସମସ୍ତେ ସଲାସୁତରା । ପ୍ରଥମେ ସଂରକ୍ଷଣ ତାଲିକା ପ୍ରକାଶ ପରେ ବହୁ ଆଶାୟୀ ପ୍ରାର୍ଥୀ ହାତ ଗୋଡ ଯୋଡି ବସିଥିବା ବେଳେ ବିଭିନ୍ନ ପଂଚାୟତରେ କେଉଁ ପ୍ରାର୍ଥୀଙ୍କୁ ଛିଡା କଲେ ନିଜର ଦବଦବା ରହିବା ସହିତ ମନୋନିତ ପ୍ରାର୍ଥୀ ନିଜ ହାତ ମୁଠାରେ କିପରି ରହି ପାରିବ ସେଥିପାଇଁ ଆଗ ଧାଡିର ନେତାମାନେ କସରତ ଜାରି ରଖିଛନ୍ତି । ଆଜି ନିର୍ବାଚନ ତାରିଖ ଘୋଷଣା ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ୫ଟି ଜିଲ୍ଲାପରିଷଦ ଜୋନର ୩୬ଟି ପଂଚାୟତର ମୋଟ ୪୭୬ଟି ୱାଡର ୧୮୩୯୪୯ ଭୋଟର ଚଳିତ ବର୍ଷ ସେମାନଙ୍କର ମନୋନିତ ପ୍ରାର୍ଥୀ ଚୟନ କରିବାକୁ ଥିବା ବେଳେ ଆଜି ପର୍ଯ୍ୟନ୍ତ କୌଣସି ପଂଚାୟତରେ ପ୍ରାର୍ଥୀ ଚୟନ ନ ହେବା ନେଇ ଦେଖା ଦେଇଛି ଅସ୍ଥିରତା । କାହାକୁ ଛିଟା କଲେ ଚଳିତ ବର୍ଷ ନିର୍ବାଚନ ବୈତରଣୀ ପାରି କରି ହେବ ବୋଲି ପ୍ରାର୍ଥୀ ଖୋଜା ଚାଲିଥିବା ବେଳେ ସ୍ଥାନ ସଂରକ୍ଷଣ ନେଇ ଦେଖା ଦେଇଛି ଦୁବିଧ୍ୟତା ।

ନିର୍ବାଚନ କମିଶନରଙ୍କ ନିୟମାନୁଯାୟୀ ୧୩/୧/୨୨ରେ ସରପଂଚ ଓ ୱାଡ ମେମ୍ବରଙ୍କ ନାମ ଘୋଷଣା ପାଇଁ ପଂଚାୟତ ଅ‘ିସରେ ନୋଟିସ ୧୭ ରାତିଖରୁ ୨୧ ଜାନୁୟାରୀ ମଧ୍ୟରେ ପ୍ରତ୍ୟେକ ଗ୍ରାମପଂଚାୟତ ଅଫିସରେ ପ୍ରାର୍ଥୀପତ୍ର ଦାଖଲ ୨୨ ତାରିଖରେ ପ୍ରାର୍ଥୀ ପତ୍ର ଯାଂଚ ଓ ୨୫ ଜାନୁୟାରୀରେ ନାମାଙ୍କନ ପ୍ରତ୍ୟାହାର ଓ ପ୍ରକାଶ ପାଇବ ଚୁଡାନ୍ତ ତାଲିକା । ସେହିପରି ୧୬,୧୮,୨୦,୨୨,ରେ ଭୋଟ । ତେବେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ମୋଟ ୩୬ ଟି ପଂଚାୟତ ମଧ୍ୟରୁ ୧୮୩୯୪୯ ଭୋଟର ଭୋଟ ଦେବାକୁ ଥିବା ବେଳେ ଆଜି ପର୍ଯ୍ୟନ୍ତ କାଁ ଭାଁ ଗୋଟିଏ ଦୁଇଟି ପଂଚାୟତକୁ ଛାଡିଦେଲେ ଅନ୍ୟ କୌଣସି ପଂଚାୟତର ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ନାହିଁ । ତେବେ ସବୁଠୁ ବଡ କଥା ହେଲା ୫ଟି ଜିଲ୍ଲା ପରିଷଦ ଜୋନକୁ ନେଇ ଆଜି ପର୍ଯ୍ୟନ୍‌ତ ପ୍ରାର୍ଥୀ ଚୟନ କରାôଯାଇ ନ ଥିବା ବେଳେ ବହୁ ଆଶାୟୀ ପ୍ରାର୍ଥୀ ଚଳିତ ନିର୍ବାଚନରେ ବଳି ପଡିବେ ବୋଲି ଅଊନୁମାନ କରାଯାଉଛି । ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ସବୁଠୁ ଅଡୁଆ ସୁତାରେ ଘାଂଟି ହେଉଛି ଶାସକ ବିଜେଡି ଦଳର ପ୍ରାର୍ଥୀ ଚୟନ ପକ୍ରିୟା ତେବେ ୧୩ ଜାନୁୟାରୀ ମଧ୍ୟରେ ସବୁ ପଂଚାୟତର ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ଆଶା କରାଯାଉଥିବା ବେଳେ ଧାମରା ଜୋନର କିଏ ଜିଲ୍ଲାପରିଷଦ ପ୍ରାର୍ଥୀ ହେବ ନେଇ ଚର୍ଚ୍ଚା ଜୋର ଧରିଛି ।