Odiapua.com

ସରସଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ୱାଡସଦସ୍ୟଙ୍କ ଧାରଣା ଆଜି ଜାରି ରହିଛି। ସରପଞ୍ଚଙ୍କ ମନମୁଖି କାର୍ଯ୍ୟଧାରା ଓ ଦୁର୍ବବ୍ୟହାର ପ୍ରତିବାଦରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଧାରଣାର କୌଣସି ସମାଧାନ ବାହାରିପାରିନଥିବା ଜଣାଯାଇଛି। ଗତ ୨୭ ପଞ୍ଚାୟତ ଜଳାଶୟ ନିଲାମ ପ୍ରକ୍ରିୟାରେ ଆଶାୟୀ ଓ ଆବେଦନକାରୀ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବାଧାଦେବା ଅଭିଯୋଗ କରି ଏସଏସଜି ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଥାନାର ଦ୍ୱାରସ୍ଥ ହୋଇଥିଲେ। ପରଦିନ ବଳପୂର୍ବକ ତାଲା ଖୋଯାଇଥିଲା ବୋଳି ଅଭିଯୋଗ ମଧ୍ୟ ହୋଇଥିଲା। ଦୁର୍ବବ୍ୟବହାର କରାଯାଇଥିବା ନେଇ ସରପଞ୍ଚ ମଧ୍ୟ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ନିଲାମ ସୁଯୋଗରୁ ବଞ୍ôଚତ କରାଯିବା ଘଟଣା ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବା ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି।