Odiapua.com

ସରସଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ସରସଦା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଯଶୋଦା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ସରପଞ୍ଚଙ୍କ ମନମୁଖି କାର୍ଯ୍ୟଧାରା ଓ ଦୁର୍ବବ୍ୟହାର ପ୍ରତିବାଦରେ ଆଜି ଧାରଣା ଦେଇଥିବା ଜଣାଯାଇଛି। ଗତ ୨୭ ପଞ୍ଚାୟତ ଜଳାଶୟ ନିଲାମ ପ୍ରକ୍ରିୟାରେ ଆଶାୟୀ ଓ ଆବେଦନକାରୀ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଚଞ୍ଚକତା ପୂର୍ବକ ବାଧାଦେବା ଅଭିଯୋଗ କରି ଏସଏସଜି ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଥାନାର ଦ୍ୱାରସ୍ଥ ହୋଇଥିଲେ। ୨୮ ତାରିଖରେ ଘଟଣା ସମାଧାନ କରାନଯାଇ ତାଲା ଖୋଯାଇଥିଲା। ସରପଞ୍ଚ ମଧ୍ୟ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଆଜି ନିଲାମ ସୁଯୋଗରୁ ବଞ୍ôଚତ କରାଯିବା ଘଟଣା ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବା ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି। ଗୋଷ୍ଠୀ ସଭାନେତ୍ରୀ, ସମ୍ପାଦିକା ପୂର୍ଣ୍ଣିମା ଯେନା, ଙ୍କ ସମେତ ଦେବସ୍ମୀତା ଯେନା, ପ୍ରତିମା ଯେନା, ବାସନ୍ତି ଯେନା, ଲକ୍ଷ୍ମୀପ୍ରିୟା ଯେନା, ଝିଲ୍ଲି ଯେନା ପ୍ରମୁଖ ସଦସ୍ୟାମାନେ ଧାରଣା ଦେଇଥିଲେ। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଧାରଣା ଚାଲୁ ରହିôତବା ଜଣାଯାଇଛି।