Odiapua.com

ସରପଞ୍ଚମାନେ ସଟଡାଉନ୍‌ ଘୋଷଣା କରିବା ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ଆବଶ୍ୟକ

ଯାଜପୁର ୧୮ା୫ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ଯାଜପୁର ଜିଲ୍ଲାରେ ୧୬ କରୋନା ପଜେଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଛି।

ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରୁ କୋରଇ ବ୍ଲକ୍‌ରେ ବରୁଣ୍ଡାଇ ଗ୍ରା:ପ:ରୁ-୧, ଗୌରପୁର ଗ୍ରା:ପ:- ୨, କନ୍ତୋର ଗ୍ରା:ପ:ରୁ -୧ ଓ ସୁନାମୁଇଁରୁ -୧ ଜଣ ମୋଟ ୫ ଜଣ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋଗସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ପରେ ଯାଜପୁର ଜିଲ୍ଲା ସମସ୍ତ ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ ସମ୍ବନ୍ଧରେ ଏକ ନିର୍ଦ୍ଦେଶାବଳୀ ଜାରୀ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ।

ଜିଲ୍ଲାପାଳ ଲେଖିଛନ୍ତିଯେ, ରାଜ୍ୟ ସରକାର କୋଭିତ-୧୯, ପରିପେକ୍ଷିରେ କରୋନାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କଟିବା ସହ ଏହାର ମୁକାବିଲା ପାଇଁ ସବୁ ସ୍ତରରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା, ସଂଗରୋଧ ରହିବାହିଁ ଏହି ରୋଗର ନିରାକରଣର ମୂଖ୍ୟ ମନ୍ତ୍ର ହୋଇଛି। ଏଥିପାଇଁ ବ୍ୟାପକ ସଚେତନତା ସବୁସ୍ତରରେ ମଧ୍ୟ ସୃଷ୍ଟି କରା ଯାଇଆସୁଅଛି। ରାଜ୍ୟ ସରକାରଙ୍କୁ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ରାଜ୍ୟର ସମସ୍ତ ଗ୍ରାଫଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଅଛି। ଯାହାକି ନିଜ ନିଜ ଅଂଚଳରେ ଶାନ୍ତି, ଶୃଙ୍ଖଳା ଓ ଉତ୍ସର୍ଗୀକୃତ ସେବାକୁ ସୁନିଶ୍ଚିତ କରିପାରିବ। ତତ୍ ସହିତ, ସଂପୃକ୍ତ ଅଂଚଳର ଜନ ସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ମାନଙ୍କର ମୌଳିକ ଆବଶ୍ୟକତା, ଯଥା- ଖାଦ୍ୟ, ପାନୀୟ, ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଉତ୍ତର ଦାୟିତ୍ବ ନିର୍ବାହରେ ସହାୟକ ହେବ। ସରକାରୀ ମାର୍ଗଦର୍ଶିତା ଆଧାରରେ ସରପଞ୍ଚମାନେ ଏହି କ୍ଷମତା ଗୁଡ଼ିକୁ ଉପଭୋଗ କରିବା ବିଧେୟ। ତେବେ, କେତେକ କ୍ଷେତ୍ରରେ ଅତିରିକ୍ତ ଉତ୍ସାହ ପ୍ରଦର୍ଶନ ପୂର୍ବକ କିଛି ଗ୍ରାମପଂଚାୟତରେ ସରପଂଚ ମାନଙ୍କ ଦ୍ବାରା କୌଣସି ଅଂଚଳକୁ ସଟଡାଉନ୍ ଘୋଷଣା କରାଯାଉଅଛି। ଏହା ସ୍ପଷ୍ଟ କରିଦେବା ଆବଶ୍ୟକ ଯେ, କୌଣସି ଅଂଚଳକୁ ସଟଡାଉନ ବା ଆଇନ ଶୃଙ୍ଖଳା ଦୃଷ୍ଟିରୁ ଅବରୋଧ କରିବାର କଠୋର ନିଷ୍ପତ୍ତି ନେବା ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ପଦକ୍ଷେପ ନେବା ଆବଶ୍ୟକ। ଯାହାଫଳରେ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେବେ ନାହିଁ କିମ୍ବା ଆଇନର ଉଲ୍ଲଙ୍ଘନ ମଧ୍ୟ ହେବନାହିଁ। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଜିଲ୍ଲାପାଳ କ୍ଷମତାର ଉପଯୋଗ କରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କୁ ମୂଲ୍ୟବୋଧ ଭିତିକ ଓ ମୌଳିକ ସେବା ଯୋଗାଇ ଦେବା ଅପରିହାର୍ଯ୍ୟ। ଆବଶ୍ୟକ ସ୍ଥଳେ ପରିସ୍ଥିତିର ଆହ୍ୱାନ ଅନୁଯାୟୀ ସଟ୍‌ଡାଉନ୍ ଭଳି କୌଣସି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା ଭିତରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

ଇତି ମଧ୍ୟରେ ଏହାକୁ ନେଇ ବରୁଣ୍ଡାଇ ଗ୍ରାମପଞ୍ଚାୟତର ସରପଞ୍ଚ ଜିଲ୍ଲା ପ୍ରଶାସନର ବିନା ପରାମର୍ଶରେ ୭୨ ଘଣ୍ଟାର ସଟ୍‌ଡାଉନ୍ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ। ଏହାକୁ ସରପଞ୍ଚଙ୍କର ଜିଲ୍ଲାପୀଳ କ୍ଷମତାର ଅପବ୍ୟବହାର ଦର୍ଶାଇ ପଞ୍ଚାୟତର ସମିତି ସଭ୍ୟା ଜୟନ୍ତି ସାହୁ ଯାଜପୁର ଜିଲ୍ଲାପାଳ, ବ୍ୟାସନଗର ତହସିଲଦାର, କୋରାଇ ବିଡିଓ ଓ କୋରଇ ଥାନା ଆଇ.ଆଇ.ସିଙ୍କୁ ଦର୍ଶାଇବା ସୂଚନା ମିଳିଛି। ଏହା ସହ ଆଗାମୀ ସାମୁଦ୍ରିକ ଝଡ ଅମ୍ଫାନ କରଣରୁ ଏହି ଉପକୂଳ ଜିଲ୍ଲା ତଥା ପଞ୍ଚାୟତର ସାଧାରଣ ଜନତା ଭୟଭୀତ ଥିବା ବେଳେ ଏଭଳି ମନମୁଖୀ ସଟ୍‌ଡାଉନ୍ ନକରିବାକୁ ପ୍ରଶାସନିକ ଅଧିକାରୀଙ୍କ ସୁଚିତ କରିଥିଲୋ ପ୍ରଶାସନିକ ଅଧିକାରୀମାନେ ବରୁଣ୍ଡାଇରେ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇନାହାଁନ୍ତି କି ବୈତରଣୀ ରୋଡ ବଜାରରେ ସର୍ଟଡାଉନ୍ କରାଯାଇନାହିଁ ବୋଲି ସୂଚନା ଦେଇଛନ୍ତି। କୋରେଇ ଆଇଆଇସି ରଜ୍ଞିତ ମହାନ୍ତି ବୈତରଣୀ ରୋଡ ବଜାର ଉପରେ ନିର୍ଭର କରୁଥିବା ସାଧାରଣ ଲୋକମାନେ ଜିଲ୍ଲାପାଳଙ୍କ ଠାରୁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଲକ୍‌ଡାଉନ୍ ନିୟମ ମାନି ଚଳପ୍ରଚଳ କରିବାକୁ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି।