Odiapua.com

ସରପଞ୍ଚଙ୍କ ଅସହଯୋଗରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ

ହାଟଡ଼ିହି,୧ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ମରୈଗାଁ ପଞ୍ଚାୟତରେ ସରପଞ୍ଚଙ୍କ ଅସହଯୋଗରୁ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୁଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ସ୍ୱୟଂ ସେହି ପଞ୍ଚାୟତର ନିର୍ବାହୀ ଅଧିକାରୀ ହରିହର ସେଠୀ । ସେ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବାପରେ ବ୍ଲକ କର୍ତ୍ତୁପକ୍ଷ ଏନେଇ ବିଡିଓଙ୍କ ଚିଠିନଂ ୪୨୨ରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଇଛନ୍ତି । ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଉକ୍ତ ଚିଠିରେ ଉଲେଖ କରାଯାଇଛି ।