Odiapua.com

ସରକାର ଶୁଣିଲେ ନାହିଁ,ନିଜସ୍ୱ ଅର୍ଥରେ କେନାଲ ଉପରେ କଲଭର୍ଟ ଓ ରାସ୍ତା ନିର୍ମାଣ କଲେ ଯୁବ ଚାଷୀ,କଲଭର୍ଟ ରାସ୍ତା କୁ ଉଦଘାଟନ କଲେ ବିଧାୟକ

ମାଲକାନଗିରି,୪ା୧ (ଓଡିଆ ପୁଅ ) କେନାଲରେ କଲଭର୍ଟ ଓ ରାସ୍ତା ନିର୍ମାଣ କରିବା ପାଇଁ ସରକାର ଶୁଣିଲେ ନାହିଁ ,ଆଉଜଣେ ସରକାର ନିଜେ ବ୍ୟକ୍ତିଗତ ଭାବେ ଗ୍ରାମବାସୀଙ୍କ ପାଇଁ ତାହା ଗତ ତିନିମାସ ମଧ୍ୟରେ ନିର୍ମାଣ କରିଛନ୍ତି । ଚାଷ ଜମି ନିକଟରେ ଥିବା କେନାଲ ଉପରେ ଯାତାୟତ ପାଇଁ କଲଭର୍ଟ ଓ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ବାରମ୍ବାର ଜଳସେଚନ ବିଭାଗକୁ ଜଣାଇଆସୁଥିଲେ ମଧ୍ୟ କିଛି ବ୍ୟବସ୍ଥା ନହେବାରୁ ୪ଟି ଗ୍ରାମ ବାସୀ ନିରୁତ୍ସାହିତ ହୋଇପଡିଥିଲେ । ଗ୍ରାମବାସୀଙ୍କ ଦୁଃଖକଥା ଦେଖି ଗ୍ରାମର ଜଣେ ଯୁବ ଚାଷୀ ନିଜ ଅର୍ଥରେ କେନେଲା ଉପରେ କଲଭର୍ଟ ଓ ରାସ୍ତା ନିର୍ମାଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ଯୁବଚାଷୀ ସରକାର, ସେହି କଲଭର୍ଟ ଓ ରାସ୍ତାକୁ ବିଧାୟକ ଙ୍କ ଦ୍ୱାରା ଆଜି ଲୋକାର୍ପିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାସ୍ଥ ଏମଭି୪୮ ଗ୍ରାମର ସ୍ୱର୍ଗତ ଜାମିନୀ ରଂଜନ ସରାକାର ଙ୍କ ପୁତ୍ର ହିରନ୍ ମୟ ସରକାର ଜଣେ ଯୁବଚାଷୀ ତାଙ୍କର ମଧ୍ୟ କିଛି ଜମି କେନେଲ ଅପରପାଶ୍ୱର୍ରେ ରହିଥିବା ବେଳେ ଏହା ବ୍ୟତିତ ଏମଭି୪୮,ସାରଦାଗୁଡା,ମୁଣ୍ଡାଗୁଡା,ମାଛାଗୁଡା ଗ୍ରାମର ପ୍ରାୟ ୫୦୦ହେକ୍ଟରରୁ ଉର୍ଦ୍ଦ ଚାଷଜମି କେନାଲ ପାଇଁ ବିଛନ୍ନ ହୋଇ ରହି ଯାଇଥିବାରୁ ଚାଷ ଜମି ନିକଟକୁ ଯିବା ଆସିବା ଓ ଫସଲ ଅମଳ ହେଲେ ଆଣିବାପାଇଁ କେନେଲ ପାଣିରେ ପାର ହେବାକୁ କଷ୍ଟକର ହୋଇପଡୁଥିଲା । ଏହି ସବୁ ଅସୁବିଧା ହେଉଥିବାରୁ ଗ୍ରାମବାସୀ ମାନେ ସତିଗୁଡା ଓ ପୋଟେରୁ ଜଳସେଚନ ବିଭାଗର ଅଧିକାରୀ ମାନଙ୍କୁ ଏମଭି୪୮ ଗ୍ରାମ ନିକଟରେ ରେ ଯାଇଥିବା କେନାଲରେ କଲଭର୍ଟ ସହ ଆପ୍ରୋଚ ରାସ୍ତା ନିର୍ମାଣ କରିବା ପାଇଁ ବାରମ୍ବାର ଦାବିକରିଆସୁଥିଲେ । ଜଳସେଚନ ବିଭାଗ ଅଧିକାରୀ ମାନେ ଗ୍ରାମବାସୀଙ୍କ କଥାକୁ ଗୁରୁତ୍ୱ ଦେଉନଥିବାରୁ ବର୍ଷାଦିନେ ଓ କେନାଲରେ ପାଣିଛଡା ହେବା ସମୟରେ ଗ୍ରାମବାସୀ ମାନେ କେନାଲ ପାର ହେବାକୁ ବହୁତ ଅସୁବିଧା ହୋଇଯାସୁଥିଲା । ପ୍ରତିବର୍ଷ ଏହି ସମସ୍ୟା ହେବା ଦେଖି ଏମଭି୪୮ ଗ୍ରାମର ଯୁବ ଚାଷୀ ହିରନ୍ ମୟ ସରକାର ସେହିକାମ କରିବା ପାଇଁ ନିଜେ ଅଟାଂଭିଡେଲେ, ସେ ପ୍ରଥମେ କେନାଲ ଉପରେ କାଠବାଉଁସରେ ପୋଲଟିଏ ନିର୍ମାଣ କଲେ , ସେଥିରେ ଗ୍ରାମବାସୀ ମାନେ ଜାତାୟତ କଲେ ହଲେ ଜମିକୁ ହଳବଳଦ,ଟ୍ରାକ୍ଟର ଯାଇପାରିଲା ନାହିଁ, ତାପରେ ସେ ଧିରେ ଧିରେ ବାଲି, ଇଟା,ସିମେଟଂ,ପଥର ସଂଗ୍ରହ କରି କେନାଲ ଉପରେ ପକ୍କାରେ କଲଭର୍ଟ ଟିଏ ନିର୍ମଣ କରିବା ସହିତ ନିକଟସ୍ଥ ମୁଣ୍ଡାଗୁଡା ଗ୍ରାମକୁ ଏକ ମାଟି ରାସ୍ତାଟିଏ ନିର୍ମାଣ କରିଦେଲେ । ଏହି ସବୁ କାମ କରିବାକୁ ତାଙ୍କୁ ପ୍ରାୟ୩ଲକ୍ଷ ୫୦ହଜାର ଟଙ୍କା ଖର୍ଚକରିବାକୁ ପଡିଥିଲା । ଆଜି ସକାଳେ ଏମଭି୪୮ ଗ୍ରାମନିକଟ କେନାଲ କଲଭର୍ଟ ଓ ରାସ୍ତା ଉଦଘାଟନି ଉତ୍ସବରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡି ଯୋଗଦେଇ ଉକ୍ତ ନବନିର୍ମିତ କଲଭର୍ଟ ଓ ରାସ୍ତାକୁ ସବ ର୍ସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ କରି ଯୁବ ଚାଷୀ ଶ୍ରୀ ସରକାର ଙ୍କ ଏହି ମହନୀୟତା କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି । ଏହି ଉଦଘାଟନି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଭାଜପା ନେତା ଅଶୋକ କୁମାର ପରିଡା,ନିମାଇଁ ଚନ୍ଦ୍ର ପାଲ,ମାଣିକଲାଲା ଚକ୍ରବର୍ତି,ସଂଜୟ ସରକାର,ଏମଭି୪୮,ମୁଣ୍ଡାଗୁଡା,ମାଛାଗୁଡା,ସାରଦାଗୁଡା ଗ୍ରାମ ମୁଖିଆ ଙ୍କ ସହିତ ଅନ୍ୟାନ ବରିଷ୍ଟବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଯୁବଚାଷୀ ହିରନ୍ ମୟ ସରକାର ମହାମାରି କରୋନା ସମୟରେ ଶ୍ରମିକ ମାନଙ୍କୁ ଲଗାଇ ନିଜସ୍ୱ ଖର୍ଚରେ କଲଭର୍ଟ ଓ ରାସ୍ତା ନିର୍ମାଣ କରିବାର ଅନୁଭୁତି ସଂପର୍କରେ କହିଥିଲେ । ନିଜସ୍ୱ ଖର୍ଚରେ ଜଣେ ଚାଷୀ କେନାଲରେ କଲଭର୍ଟ ନିର୍ମାଣ ସହିତ ରାସ୍ତାନିର୍ମାଣ କରିଥିବାରୁ ଏ ଖବର ପାଇ ଆଖପାଖ ଅଚଂଳର ଗ୍ରାମବାସୀ ମାନେ ପୋଲ ଓ ରାସ୍ତାଦେଖିବାକୁ ସେଠାକୁ ପ୍ରତି ଦିନ ଆସୁଥିବାର ଦେଖିବାକୁ ମିଳୁଛି । ଏହି ମହରଗ ବେଳେ ଲୋକମାନେ ଟଙ୍କାଟିଏ ଖର୍ଚକରିବା ପାଇଁ କୁଠିଂତ ହେଉଥିବା ବେଳେ ଗ୍ରାମବାସୀ ମାନଙ୍କ ସୁବିଧା ପାଇଁ ହିରନ୍ ମୟ ସରକାର ନିଜସ୍ୱ ଅର୍ଥରେ ୩ଲକ୍ଷ୫୦ହଜାର ଟଙ୍କା ବ୍ୟୟରେ କଲଭର୍ଟ ଓ ରାସ୍ତା ନିର୍ମାଣ କରିଥିବାରୁ ତାଙ୍କୁ ଗ୍ରାମବାସୀ ମାନେ ସାଧୂବାଦ ଜଣାଇ ପ୍ରଶଂସା କରିଛନ୍ତି ।