Odiapua.com

ସରକାରୀ ରାସ୍ତାକୁ ଅବରୋଧ ମୁକ୍ତ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ବାଧା ଉପୁଯାଉଛନ୍ତି କିଛି ମୁଷ୍ଟିମେୟ ଲୋକ ସରକାରୀ ରାସ୍ତାକୁ ଜବର ଦଖଲ କରି ରଖିଥିବାରୁ ହୋଇପାରୁନି ରାସ୍ତା କାର୍ଯ୍ୟ। ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ। ଭଦ୍ରକ ବ୍ଲକ ଓଲଙ୍ଗ ଗ୍ରାମପଂଚାୟତ ର ଗୋବିନ୍ଦପୁର ଗ୍ରାମରେ ଥିବା ସରକାରୀ ଗ୍ରାମ୍ୟ ରାସ୍ତା ଖସଡ଼ା ନଂ ୬୯୩ କୁ ଗ୍ରାମର ଅଧିବାସୀମାନେ ଦୈନଦିନ କାର୍ଯ୍ୟରେ ବ୍ୟବହାର କରିବା ସହ କୃଷିକ୍ଷେତ୍ରକୁ ଯିବାପାଇଁ ଏକ ମୁଖ୍ୟ ରାସ୍ତା ଅଟେ। କିନ୍ତୁ ସେହି ଗ୍ରାମ୍ୟ ରସ୍ତାକୁ ଉକ୍ତ ଗ୍ରାମର କିଛି ମୁଷ୍ଟିମେୟ ଲୋକ ବେଆଇନ୍ ଭାବରେ ଅବରୋଧ କରି ନିଜ ଅକ୍ତିଆରକୁ ନେଇ ଦଖଲ କରିଛନ୍ତି । ଫଳରେ ଗ୍ରାମର ଅଧିବାସୀ ମାନେ ନିଜର ଗମନାଗମନରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନରେ ଆଣ୍ଠୁଏ ପାଣି ହେବା ଫଳରେ ଯିବା ଆସିବା ସମ୍ପୂର୍ଣ ବନ୍ଦ ହୋଇଯାଏ, ସ୍କୁଲକୁ ପିଲା ଯାଇପାରିନଥାନ୍ତି। ତେବେ ପ୍ରକାଶଥାଉକି ଓଡ଼ିଶା ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଜରିଆରେ ଉକ୍ତ ରାସ୍ତାର ନବୀକରଣପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ହେଁ ଅବରୋଧ କରିଥିବା ମୁଷ୍ଟିମେୟ ଲୋକମାନେ ରାସ୍ତାକୁ ଅବରୋଧ ମୁକ୍ତ କରୁନାହାନ୍ତି । ଫଳରେ ଉକ୍ତକାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରୁନାହିଁ। ଉକ୍ତ ରାସ୍ତା କାର୍ଯ୍ୟ ସମ୍ପୂର୍ଣ ନହେଲେ ଅଧିବାସୀମାନଙ୍କର ଅପୂରଣୀୟ କ୍ଷତି ହେବ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଜିଲ୍ଲାପାଳ ଏପରି ସମସ୍ୟାଟିକୁ ସମାଧାନ କଲେ ରାସ୍ତା କାର୍ଯ୍ୟଟି ହୋଇପାରିବ ଯାହା ଫଳରେ ଗ୍ରାମବାସୀ ମାନେ କହିଛନ୍ତି। ଜିଲ୍ଲାପାଳ ମଧ୍ୟ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିବା କହିଛନ୍ତି ଗ୍ରାମବାସୀ।