Odiapua.com

ସରକାରୀ ବାସଭବନରେ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

କଟକ, ୦୨/୦୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେହେଁ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

ପ୍ରକାଶ ଯେ, ବିଚାରପତି ୨ ଦିନ ହେଲା ଛୁଟିରେ ଥିଲେ। ଆଜି କୋର୍ଟ ଆସିବାର ଥିଲେ ହେଁ ପୁନର୍ବାର ଛୁଟି ନେଇଥିଲେ। ଷ୍ଟେନୋଙ୍କୁ ସକାଳୁ ଫୋନ୍‌ କରି ଛୁଟି ଦରଖାସ୍ତ ଦେଇଦେବାକୁ କହିଥିବା ସୂଚନା ମିଳିଛି।