Odiapua.com

ସରକାରୀ ବାଳିକା ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଆୟୋଜିତ ଉଦ୍‌ଘାଟନି ସଭାକୁ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପାଢୀ ସଭାପତିତ୍ୱ କରିଥିଲେ । ଏଥିରେ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ସମ୍ମାନିତ ଅତିଥି ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ଦାସ, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ତୋଫାବିବି ସାଧନ କେନନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର, ଜଇନୁଲ୍ ଆବେଦିନ୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବାର୍ଷିକ କ୍ରୀଡ଼ା ଛାତ୍ରୀ ମାନଙ୍କ ମାଧ୍ୟରେ ପ୍ରତିଯୋଗିତା ମୂଳକ ଭାବ ଜାଗ୍ରତ କରିଥାଏ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଏମ୍‌ସି ଅଧ୍ୟକ୍ଷା ବର୍ଷାରାଣୀ ମଲ୍ଲିକ,ଉପାଧ୍ୟକ୍ଷ ଗଗନ ବିହାରୀ ସିଂହ, ସଭ୍ୟ ଦୋଳ ଗୋବିନ୍ଦ ନାଥ, ପଦ୍ମାବତୀ ବେହେରା, ତିଳୋତମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ ଅଜିତ କୁମାର ରାଉଳ ଅତିଥି ପରିଚୟ ରଖିଥିବା ବେଳେ ଶେଷରେ ଭୀମସେନ୍ ପାଲ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କ୍ରୀଡ଼ା ଶିକ୍ଷୟିତ୍ରୀ ବିଦ୍ୟୁତଲତା ଦାସଙ୍କ ତତ୍ତ୍ୱାବଧାନରେ ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବ୍ୟାଡ଼ମିଣ୍ଟନ୍‌, ଗଣିତ ଦୌଡ଼ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରମୋଦିନୀ ସାହୁ, ବନଜିନୀ ନାୟକ, ରଞ୍ଜିତା ଶିଅଳ, ସାବିତ୍ରୀ ଦାଶ, ଭାଗ୍ୟଶ୍ରୀ ପଣ୍ଡା, ଶିକ୍ଷା କର୍ମଚାରୀ ଷ୍ଟାଲିନ୍ ପାଣିଗ୍ରାହୀ, ବଳରାମ ସେଠୀ, ମହେଶ୍ୱର ଜେନା, ମହେନ୍ଦ୍ର ହାଁସ୍‌ଦା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।