Odiapua.com

ସରକାରୀ ବାବୁ ସରକାରୀ ଦଳ ନେତାଙ୍କ ନାମରେ ରୁଜୁ କଲେ ମାମଲା

କଟକ ମାହାଙ୍ଗା୧୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ଦିର୍ଘ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ଦଳ କ୍ଷମତା ପ୍ରୟୋଗ କରି ସରକାରୀ ଯୋଜନା ଗୁଡିକୁ ନିଜ ନାମରେ କରାଇନେଉଥିବା ବିରୋଧି ଦଳ ଅଭିଯୋଗକୁ ସରକାର ପ୍ରତ୍ୟାଖାନ କରି ଆସୁଥିଲେ । ଆଜି ବିରୋଧି ଦଳ କରିଆସୁଥିବା ଅଭିଯୋଗକୁ ସତ୍ୟରେ ପରିଣତ କରିଛନ୍ତି ସରକାରୀ ବାବୁ । ନିକଟରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫେମ୍‍ ଇଣ୍ଡିଆ ପକ୍ଷରୁ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପାଇ ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା କଟକ ମାହାଙ୍ଗା ନିର୍ବାଚନ ମଣ୍ଡଳ ଆଜି ପୁଣି ଚର୍ଚ୍ଚାକୁ ଆସିଛି । ମହାଙ୍ଗା ନିର୍ବାଚନମଣ୍ଡଳିର ବିଜେଡି ଜିଲ୍ଲା ସଂପାଦକ ଭିକାରୀ ସ୍ୱାଇଁ ନିଜ ବଡ ଭାଇଙ୍କ ନାମରେ ପି.ଏମ.ଆର.ୱାଇ ଘର ନେବାକୁ ଚାପ ପକାଇବାକୁ ନେଇ ଜିଲ୍ଲା ପି.ଡି. ଡିଆରଡିଏଙ୍କ ରିପୋଟକୁ ଆଧାର କରି ଏକ ମାମଲା ରୁଜୁ ହୋଇଥିବା ସୁଚନା ମିଳିଛି ।