Odiapua.com

ସରକାରୀ ନିର୍ଦ୍ଦେଶ ସତ୍ୱେ କାର୍ଯ୍ୟକର୍ତ୍ତାଙ୍କ ଖାମଖିଆଲି ମନୋଭାବ, ଆକ୍ରାନ୍ତଙ୍କୁ ମିଳୁନି ସେବା, କାଗଜ କଲମରେ କୋଟି, କୋଟି ଟଙ୍କାର ଦୁର୍ନୀତି, ତଦନ୍ତ ଦାବୀ

ବଲାଙ୍ଗୀର ୮-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଏ.ଆର.ଟି ଔଷଧ ଅଭାବରୁ ଗୁରୁତର ଅବସ୍ଥାରେ ୬ ଜଣ ଏଚ.ଆଇ.ଭି ଏଡ୍ସ ଆକ୍ରାନ୍ତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ଏହି ଟିଟିଲାଗଡ଼ ସବ-ଡିଭିଜନ ଅଞ୍ଚଳରେ ଥିବା ଅନ୍ୟ ସରକାରୀ ଚିକିତ୍ସାଳୟ ଗୁଡ଼ିକରେ ଅନେକ ଆକ୍ରାନ୍ତ ଭର୍ତ୍ତି ହୋଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଡାକ୍ତର ବାଧ୍ୟ ହୋଇ କେବଳ କିଛି ସାଲାଇନ ଓ ଇଂଜେକସନ ଦେଉ ଥିବା ବେଳେ ଯଥା ଶୀଘ୍ର ଏ.ଆର.ଟି ଔଷଧ ଯଦି ପ୍ରଦାନ କରା ନ ଯାଏ ତେବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଛନ୍ତି। ପ୍ରକାଶ ଯେ ବର୍ତ୍ତମାନର ସ୍ଥିତି ଯୋଗୁଁ ଏ.ଆର.ଟି ଔଷଧ ସେବନ କରୁଥିବା ସମସ୍ତ ଆକ୍ରାନ୍ତଙ୍କୁ ତାଙ୍କ ନିକଟରେ ତିନି ମାସର ଔଷଧ ତାଙ୍କ ଘରକୁ ଯାଇ ପ୍ରଦାନ କରିବା ସହ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସହାୟତା ଶହ ସରକାରଙ୍କ ତରଫରୁ ଆକ୍ରାନ୍ତଙ୍କୁ ମିଳୁଥିବା ମାସିକ ଭତ୍ତା ଟଙ୍କା ମଧ୍ୟ ତିନି ମାସର ଆଗୁଆ ଯୋଗାଇ ଦେବା ଓ ପାଇ ପାରି ନ ଥିବା ହିତାଧିକାରୀଙ୍କୁ ମିଳିବା ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏ ସରକାରୀ ନିର୍ଦ୍ଦେଶର ଏହି ଅଞ୍ଚଳରେ ଖୋଲା, ଖୋଲି ଉଲଂଘନ କରି ଆକ୍ରାନ୍ତଙ୍କ ଜୀବନ ସହ ଖେଳ, ଖେଳାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଇ-ଟି, ଆଇ ପ୍ରକଳ୍ପ ନାମକ ଏକ ସଂସ୍ଥାକୁ ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି (OSACS) ତରଫରୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରତିମାସରେ ଏହି ସଂସ୍ଥା ବା ଏନ.ଜି.ଓ ସରକାରୀ ଭାବେ ସମସ୍ତ କାର୍ଯ୍ୟ ଦର୍ଶାଇ ଲକ୍ଷ, ଲକ୍ଷ ଟଙ୍କାର ବ୍ୟୟ ବରାଦ କେବଳ କାଗଜପତ୍ର ରେ କରି ନିଜ ଦାଇତ୍ଵ ସମ୍ପନ୍ନ କରିଚାଲିଛି। ଅପରପକ୍ଷରେ ଜିଲ୍ଲାରେ ହେଉଥିବା ଏହି କୋଟି, କୋଟି ଟଙ୍କାର ଦୁର୍ନୀତି ନେଇ ବିଭାଗୀୟ ପଦାଧିକାରୀ ଜାଣିଥିଲେ ସୁଦ୍ଧା ନୀରବ ରହିଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ କିପରି ଏହି ଲକଡାଉନ ସମୟରେ ଉକ୍ତ ସମସ୍ତ ଆକ୍ରାନ୍ତ ଔଷଧ ପାଇ ପାରିବେ ସେ ନେଇ ତୁରନ୍ତ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ବିଭାଗୀୟ ମୁଖ୍ୟ ଶାସନ ସଚିବ ନେବା ପାଇଁ ଜନସେବା ସଙ୍ଘ ତରଫରୁ ଦାବି କରାଯାଇଛି। ସେହିପରି କେତେ ବର୍ଷ ହେଲା ଏହି ସାଇ ଟି, ଆଇ ପ୍ରକଳ୍ପ କାର୍ଯ୍ୟକରୁଛି ଓ କେଉଁ, କେଉଁ କାର୍ଯ୍ୟକ୍ରମ ନିମନ୍ତେ କେତେ ଖର୍ଚ୍ଚ ହୋଇଛି ତାହାର କ୍ରାଇମବ୍ରାଞ୍ଚ ଓ କେନ୍ଦ୍ରୀୟ ତଦନ୍ତ କମିଟି ଦ୍ୱାରା ତଦନ୍ତ କରାଯାଉ ବୋଲି ଜନସେବା ସଙ୍ଘ ତରଫରୁ ଦାବି କରାଯାଇଛି।