Odiapua.com

ସରକାରୀ ଡାକ୍ତରଖାନାରେ ବେଆଇନ ପରୀକ୍ଷା ଗାର: ରଞ୍ଜନ ରଶ୍ମି ସେବା ବନ୍ଦ କଲା ରୋଗୀ କଲ୍ୟାଣ ସମିତି

ଟିଟିଲାଗଡ଼ ୯-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଗତ କିଛି ଦିନ ହେବ ଏକ୍ସରେ କେନ୍ଦ୍ରଟି ବନ୍ଦ କରିଦିଆଯାଇଥିବା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଡାକ୍ତର ଖାନା ଆଉଟ ଡୋର ପଛପଟେ ଏକ ସ୍ୱତନ୍ତ୍ର କୋଠରୀରେ ବେଆଇନ ଭାବେ ଏକ ଘରୋଇ ପରୀକ୍ଷା ଗାର କରି ରକ୍ତ କେନ୍ଦ୍ରରେ ବିଭିନ୍ନ ପ୍ରକାର ପରୀକ୍ଷା ଆଳରେ ଅର୍ଥ ଶୋଷଣ କରାଯାଉଛି। ଏ ନେଇ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପ୍ରଶ୍ନ କରିବାରୁ ସେ ନିରୁପାୟ ଓ ଏନେଇ ଉଚ୍ଚ ପଦାଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟଯେ, ସରକାରୀ ଭାବେ ମ୍ୟାଲେରିଆ ଓ ଏଚ.ଆଇ.ଭି. ପରି ପରୀକ୍ଷାମାନ ମାଗଣାରେ ଡାକ୍ତର ଖାନା ପରିସରରେ ହୋଇ ନ ପାରିବା ଓ ଟଙ୍କା ଖର୍ଚ୍ଚ କରି ଅନ୍ୟତ୍ର ପରୀକ୍ଷା କରିବାକୁ ଲୋକେ ବାଧ୍ୟ ହେଉଛନ୍ତି। ସେହିପରି ରୋଗୀ କଲ୍ୟାଣ ସମିତି ତରଫରୁ ବନ୍ଦ ଥିବା ଏକ୍ସରେ ବା ରଂଜନ ରଶ୍ମିର କର୍ଯ୍ୟରତ କର୍ମଚାରୀଙ୍କୁ ହଠାତ ବାହାର କରିଦେବା ଦ୍ୱାରା ଗରିବ ଲୋକେ ଶୋଷଣର ଶିକାର ହେଉଛନ୍ତି। ଏ ନେଇ ତୁରନ୍ତ ବିଭାଗୀୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି।