Odiapua.com

ସରକାରୀ ଜମି ଜବରଦଖଲ ନେଇ ପୋଲିସ ନିରବ ରହିବା ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବଲାଙ୍ଗୀର, ୧୦-୧୦: (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡ଼ଘାଟ ଗାଁରେ ଗୁରୁବାରଦିନ ଦିନ ଦୁଇଟା ସମୟରେ ରାସ୍ତା ଅବରୋଧ କରିଥିଲେ। ଶଗଡ଼ଘାଟ ଗାଁର ଗଦାଧର ସାହୁ ନାମକ ଜଣେ ବ୍ୟକ୍ତି ଏକ ସରକାରୀ ଜମିକୁ ଦଖଲ କରି ଘର ତିଆରି କରୁଥିବା ସମୟରେ ଗାଁ ଲୋକ ତାଙ୍କୁ ମନା କରିଥିଲେ। କାରଣ ସେହି ଜମିକୁ ଗାଁ ଲୋକେ ପାଦଚଲା ରାସ୍ତା ଭାବରେ ବ୍ୟବହାର କରି ବେଳେ ବେଳେ ଜଙ୍ଗଲକୁ ଯିବା ପାଇଁ ଶଗଡ଼ ଗାଡ଼ି ମଧ୍ୟ ନେଇଥାନ୍ତି। କିନ୍ତୁ ସେହି ସ୍ଥାନରେ ଗଦାଧର ସାହୁ ଘର ତିଆରି କରିବାରୁ ରାସ୍ତା ବନ୍ଦ ହୋଇଯାଇଥିବା ଗାଁ ଲୋକେ କହନ୍ତି।

ଏଥିପାଇଁ ଗାଁ ଲୋକେ ଟିଟିଲାଗଡ ପୋଲିସ ଷ୍ଟେସନରେ ଅନେକ ଥର ଅଭିଯୋଗ କଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଅଭିଯୋଗ କରିଛନ୍ତି। ତେଣୁ ଗୁରୁବାରଦିନ ଗାଁର ମହିଳା ଓ ପୁରୁଷ ଏକତ୍ର ହୋଇ ରାଜରାସ୍ତାକୁ ବନ୍ଦ କରିଦେଇଥିଲେ। ଫଳରେ ଅନେକ ସମୟ ପର୍ୟ୍ୟନ୍ତ ରାସ୍ତା ଉପରେ ଯାନବାହାନ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ପରେ ଟିଟିଲାଗଡ ତହସିଲଦାର ଆନନ୍ଦ ପଣ୍ଡା ସେଠାରେ ପହଞ୍ଚି ଲୋକଙ୍କ ସମସ୍ୟାକୁ ବୁଝି ପରି ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ରାସ୍ତା ଉପରୁ ଉଠିଥିଲେ ଓ ଗମନାଗମନ ପୁଣି ଆରମ୍ଭ ହେଇପାରିଥିଲା। ତହସିଲଦାର ଶ୍ରୀ ପଣ୍ଡା ଆର, ଆଇ ସୁଦାମ ନାୟକଙ୍କୁ ଡକାଇ ଉକ୍ତ ସ୍ଥାନର ସମସ୍ୟା ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।