Odiapua.com

ସରକାରୀ ଜମିରେ ମାଟି ଉଠାକୁ ନେଇ ପହଣା ଗାଁରେ ସଂର୍ଘଷ, ୩ ଗୁରୁତର ଭଦ୍ରକ ମେଡିକାଲ ସ୍ଥାନାନ୍ତର, ଉଭୟ ପକ୍ଷରୁ ୨ଜଣ କୋର୍ଟ ଚାଲାଣ

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ଫାଣ୍ଡି ଅଧିନସ୍ଥ ପହଣା ଗାଁରେ ଗତ ମଙ୍ଗଳବାର ସରକାରୀ ଜମିରୁ ମାଟି ଉଠାକୁ କେନ୍ଦ୍ର କରି ୨ପରିବାରଙ୍କ ମଧ୍‌ଯରେ ମାଡପିଟି ସହ ସଂର୍ଘଷ ଦେଖାଦେଇଥିଲା। ଏହି ସଂର୍ଘଷରେ ୩ଜଣ ଗୁରୁତ୍ୱର ହୋଇଥିବା ବେଳେ ଜଣେ ଆହାତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଆରଡି ମେଡିକାଲ ଓ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ ପହଣା ଗାଁର ଶ୍ରୀରାମ ଦାସ ଗତ ମଙ୍ଗଳବାର ଗାଁ ନିକଟସ୍ଥ ସରକାରୀ ଜମିରୁ ମାଟି ଉଠାଉଥିବା ବେଳେ ସେହି ଗାଁ କିଛି ଲୋକ ବିରୋଧ କରିଥିଲେ। ଏପରି ବିରୋଧ କରିବାରୁ ଶ୍ରୀରାମ ମାଟି ଉଠା ବନ୍ଦ କରି ପଳାଇ ଆସିଥିଲେ। ଏହି ମାଟି ଉଠାକୁ ନେଇ ଶୁଶାନ୍ତ ଓଝା ଓ ପ୍ରଶାନ୍ତ ଓଝାଙ୍କ ମଧ୍ୟରେ ବଚସା ହେବା ସହ ଉଭୟଙ୍କ ପକ୍ଷରୁ ବାଡି, ଠେଙ୍ଗା ଓ ମାରଣାସ୍ତ୍ରରେ ମାଡପିଟି ସଂର୍ଘଷ ହେବାରୁ ଶୁଶାନ୍ତ ଓଝାଙ୍କ ମାଡରେ ପ୍ରଶାନ୍ତ ଓଝା(୩୨), ଶ୍ରୀକାନ୍ତ ଓଝା(୨୮), ସଚିକାନ୍ତ ଓଝା(୧୨) ଗୁରୁତର ଥିବା ବେଳେ ପ୍ରଶାନ୍ତ ଓଝା ମାଡରେ ସନ୍ତୋଷ ଓଝା ଆହାତ ହୋଇଥିଲେ। ଉଭୟ ଏବେ ଭଦ୍ରକ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି। ଅନ୍ୟପଟେ ଉଭୟଙ୍କ ପକ୍ଷରୁ ଧୁଷୁରୀ ଥାନାରେ ମାମଲା ରୁଜୁ କରଯାଇ ଉଭୟଙ୍କ ପକ୍ଷରୁ ଶୁଶାନ୍ତ ଓଝା ଓ ଶ୍ରୀକାନ୍ତ ଓଝାଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଗାଁରେ ପୁଲିସ ପହଁଚି ଅଧିକ ତଦନ୍ତ ଚଳାଇଛି।