Odiapua.com

ସରକାରୀ ଜମିରୁ ଗଛକଟା ଅଭିଯୋଗ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ସରକାରୀ ଜମିରେ ଥିବା ଏକ ଗଛକଟାକୁ ନେଇ ଗ୍ରାମର ବରିଷ୍ଠ ନାଗରିକ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ ଠାରେ ଅଭିଯୋଗ କରିଛନ୍ତି । ରାଜୀବ ସେବାକେନ୍ଦ୍ର ପଛପଟେ ଥିବା ଏକ ବଡ଼ ପୁଟିଆଗଛକୁ ବିଷ୍ଣୁ ପଣ୍ଡା ନାମକ ଜନୈକ ବ୍ୟକ୍ତି ଜୋର ଜବରାଣ କାଟି ଗଡ଼ କରିଦେଇଛନ୍ତି । ଅଭିଯୋଗ ପାଇ ରାଜସ୍ୱ ନିରୀକ୍ଷକ ରବିନ୍ଦ୍ର କୁମାର ଜେନା ସରଜମିନ ତଦନ୍ତ କରି କାଠକୁ ସିଜ କରିଥିବାର ଜଣା ପଡ଼ିଛି । ସିଜ କାଠକୁ ପଞ୍ଚାନନ ପଣ୍ଡାଙ୍କ ଜିମାରେ ରଖାଯାଇଛି ।