Odiapua.com

ସରକାରୀ ଖାଉଟି କାର୍ଡ ପାଇବାରୁ ବଞ୍ଚିତ ହିତାଧିକାରୀଙ୍କ ଦୁଃଖ ଶୁଣିବ କିଏ? ରାଜ୍ୟ ସରକାର କାର୍ଡ ପ୍ରଦାନ ପ୍ରକ୍ରିୟା ବନ୍ଦ କରିବା କାରଣ କଣ?

ଟିଟିଲାଗଡ଼ ୩-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଦୀର୍ଘ ଦିନ ଧରି ଉପଭୋକ୍ତା ଧାଇଁ, ଧାଇଁ ନିରାଶ ହେବାକୁ ବାଧ୍ୟ ହେଉଛନ୍ତି ସିନା ଏ ନେଇ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ପ୍ରକାଶ ଯେ ବିଗତ ଦିନରେ ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଚିହ୍ନଟ କରି ଗୋଟିଏ ଲେଖାଏଁ ରାସନ କାର୍ଡ ପ୍ରଦାନ କରିଥିଲେ। ହେଲେ ଅନେକ ସଂଖ୍ୟକ ହିତାଧିକାରୀଙ୍କ ଏହି କାର୍ଡ ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ରହିଥିଲେ। ଏପରି କି ଅନେକ ଥର ବ୍ଲକ ଓ ସହରାଞ୍ଚଳ ର ଏନ ଏ ସି ଓ ମୁନିସିପାଲଟି କାର୍ଯ୍ୟଳୟ ତରଫରୁ ମଧ୍ୟ ସର୍ଭେ କରାଯାଇ ସମସ୍ତ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହି ରାସନ କାର୍ଡ ଟିଏ ମଧ୍ୟ ପାଇପରି ନାହାନ୍ତି। ବିଗତ ଦିନରେ ନିର୍ବାଚନ ପାଇଁ ଅନଲାଇନ ବନ୍ଦ ରହିଥିବା କହି ନିର୍ବାଚନ ପରେ ଉକ୍ତ ପ୍ରକ୍ରିୟା ବନ୍ଦ ରହିଥିବା ଦର୍ଶାଇ ଆସୁଥିବା ବେଳେ ଏହି ଖାଦ୍ୟ ସୁରକ୍ଷା ଯୋଜନା ସାଧାରଣ ପାଇପାରୁ ନାହାନ୍ତି। ତେବେ ରାଜ୍ୟ ସରକାର ଏହି ଅନ ଲାଇନ ପ୍ରକ୍ରିୟା କାହିଁକି ବନ୍ଦ କରିଦେଇଛନ୍ତି ତାହା ନେଇ ସାଧସରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଆଖ, ପାଖ ଦୂର ଦୁରାନ୍ତରୁ ଏହି ଖାଉଟି ପରିଚୟ ପତ୍ର ପାଇବା ପାଇଁ ଏହି ଉପଖଣ୍ଡ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ନିରାଶ ହେଉଥିବା ବେଳେ ଵିଭାଗୀୟ ମୁଖ୍ୟ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ପ୍ରକାଶ ପାଇଛି।