Odiapua.com

ସରକାରୀ ଉନ୍ନିତ ମଧ୍ୟଇଂରାଜୀ ବିଦ୍ୟାଳୟର ସମ୍ବର୍ଦ୍ଧନା ସଭା

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାୀରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଲକ୍ ଅନ୍ତର୍ଗତ ବଡମଇଁଶିଗୋଠ ଗ୍ରାମ ପଂଚାୟତ ର ସରକାରୀ ଉନ୍ନିତ ମଧ୍ୟଇଂରାଜୀ ବିଦ୍ୟାଳୟ ଟିକୀରା ବିଦ୍ୟାପୀଠରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦେଇ ମାନପତ୍ର ଓ ଉତରିୟ ପ୍ରଦାନ କରିଥିଲେ। ଶ୍ରୀ ମଲ୍ଲିକଙ୍କ ସମେତ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ । ଏ ସୁନ୍ଦର ସମାଜ ଗଢିତୋଳିବା ପାଇଁ ଶିକ୍ଷା ର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁନ୍ଦର ମଣିଷ ଭାବରେ ଗଢ଼ି ତୋଳିବା ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରମୁଖ ଭୂମିକା ଥାଏ । ଏହି ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଜୀବନ ସାରାର କର୍ମ କୁ ଅଭୁଲା ସ୍ମୃତି ଭାବେ ଆଣି ଦେଇଥାଏ ଭେଟି ବୋଲି କହିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।