Odiapua.com

ସରକାରୀ ଉଚ୍ଚ ବିଦ୍ୟାଳୟ କାଳିକାପୁରେ ତାଲା ପକେଇଲେ ସ୍କୁଲପିଲା

କଟକ, ୯/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କିଶନନଗର ଥାନା ର ପୁରୁଣା ହାଟ ପଂଚାୟତ ଅନ୍ତର୍ଗତ କାଳିକାପୁର ମହାନଦୀ ହାଇସ୍କୁଲରେ ମାତ୍ର ଜଣେ ଶିକ୍ଷକରେ ଶିକ୍ଷାଦାନଚାଲିଛି। ବିବରଣୀ ରୁ ପ୍ରକାଶ ଯେ, କଟକ ଜିଲ୍ଲା କିଶନନଗର ଥାନା ମହାନଦୀ ସରକାରୀ ଉଚ୍ଚ ବିଦ୍ୟାଳୟ କାଳିକାପୁରେଏଭଳି ଦେଖିବାକୁ ମିଳିଛି। ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରଛତ୍ରୀମାନେ ଅଭିଭାବକମାନଙ୍କ ସହ ସ୍କୁଲଗେଟରେ ତାଲା ପକାଇ ବହୁ ସମୟ ଧରି ଧାରଣାରେ ବସିଥିଲେ। ସ୍କୁଲରେ ୧୨ଜଣ ଶିକ୍ଷକଙ୍କ ସ୍ଥାନରେ ମାତ୍ର ଜଣେ ଶିକ୍ଷକ କିଭଳି ୩ଟି ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଇବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଖାଲିଥିବା ଶିକ୍ଷକ ପଦବୀ ପୂରଣ ଓ ପୁନଃ ନିଯୁକ୍ତି ନହେଲେ ସେମାନେ ଏମିତି ଆନ୍ଦୋଳନ କରିବେ ବୋଲି କହିଛନ୍ତି। ଅନ୍ୟପଟେ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ।