ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଜିଲ୍ଲାସ୍ତରୀୟ ପ୍ୟାକାଥନ ସୋମବାର ଅନୁଷ୍ଠିତ ହୋଇଯାଇଛି । କୃଷ୍ଣ ଆଲାନ୍ ଓ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆକାଂକ୍ଷୀ ଭିକ କୌଶଳୀ କ୍ଲବର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦକ୍ଷତା ବିକାଶ ପ୍ରଦର୍ଶନୀକୁ ଶିଳ୍ପ ତାଲିମ ପ୍ରତିଷ୍ଠାନ ୬ଧ୍ୟକ୍ଷ ଦୀପକ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ । କୃଷ୍ଣ ଆଲାଏନ୍ ରାଜ୍ୟସ୍ତରୀୟ ପରିଚାଳିକା ୟୁଭିକା ସିଂ ଓ ଜିଲ୍ଲା ପରିଚାଳିକା ଦୀକ୍ଷା ମହାଧିକ ସଂଚାଳନାରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରିଣୀ ହିମାଦ୍ରୀ ବିଶ୍ୱାଳ ସମ୍ମାନିତ ଅତିଥୁ ଭାବେ ଯୋଗଦେଇ ସାଧାରଣ ଜନଜୀବନକୁ ପ୍ରଭାବିତ କରୁଥିବା ସମସ୍ୟାକୁ ଛାତ୍ରଜ୍ଞାତ୍ରୀମାନେ ଜ୍ଞାନ କୌଶଳ ଓ ଗଣନାତ୍ମକ ଚିନ୍ତାଧାରା ମାଧ୍ୟମରେ ସମାଧାନ ପାଇଁ ଆଗଭର ହୁଅତୁ ବୋଲି ଆହ୍ୱାନ ଦେଇଥିଲେ । ବିଭିନ୍ନ ବ୍ଳକର ୫ ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଡାହାଣୀ ସନ୍ଦେହରେ ନାରୀ ନିର୍ଯ୍ୟାତନା”, ‘ସହରା କରେ ଚୁଲା ପ୍ରାଣୀଙ୍କୁ ଠାବ କରିବା, ବାଇକ ଚଳାଇବା ସମୟରେ ହେଲମେଟ ବ୍ୟବହାର’, ‘ଗୁଟୁକା ଓ ପାନଛେପ ପକାଇ ଅସନା କରିବା’ ଓ ‘ମୋବାଇଲରେ ଇ ରନେଟ ବ୍ୟବହାର ଠାରୁ ପିଲାଙ୍କୁ ଦୂରେଇ ରଖୁ’ ଆଦି ସାମାଜିକ ସମସ୍ୟାଗୁଡିକର ଗାଣିତିକ ସମଧାନ ପନ୍ଥା ଆଦି ୧୧ଟି ଉପାଦେୟ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ରମଣୀ ରଞ୍ଜନ ରାଉତ ଓ ସୂର୍ଯ୍ୟକାନ୍ତ ସାମଲ ବିଚାରକ ଭାବେ ପ୍ରକ ଗୁଡିକର ମୂଲ୍ୟାୟନ କରିଥିଲେ । ଏହି ଅବସରରେ କୃଷି ବିଜ୍ଞାନୀ ଡଃ ଅରୁଣ ପାତ୍ର ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ନିଜର ଅଭିଜ୍ଞତା ବଖଣିଥିଲେ । ଶିକ୍ଷୟତ୍ରୀ ଶୁଶୀଳା ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଶ୍ରେଷ୍ଠ ବିବେଚିତ ପ୍ରକଗୁଡିକୁ ପୁରସ୍କୃତ କରାଯାଇଥିଲା । ଧରିତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷକ ଓ କର୍ମଚାରୀଙ୍କ ସମେତ କୃଷ୍ଣ ଆଲାଏଡ୍ର ଜର୍ମକ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।