Odiapua.com

ସରକାରି ଉଚ୍ଚବାଳିକା ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ

ମାଲକାନଗିରି,୫ା୨(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ସରକାରି ଉଚ୍ଚବାଳିକା ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ପରିସରରେ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିରାଣୀ ବିଶ୍ୱାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାଶିଶୁ ମଙ୍ଗଳ କମଟିର ଅଧ୍ୟକ୍ଷ ଅଶୋକକୁମାର ପଟନାୟକ,ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରଂଜନ କୁମାର ସ୍ୱାଇଁ,ସମ୍ମାନିତ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ ଓ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତକୁମାର ଜେନା ଯୋଗଦେଇଦେଇଥିଲେ । ଛାତ୍ରୀ ଛାତ୍ର ମାନେ କେବଳ ପାଠପଢି କିଛି ଅର୍ଥରୋଜଗାର କରିବା ପାଇଁ ଚାକିରି ପଛରେ ଗୋଡାଇ ବା ଅପେକ୍ଷା ଜଣେ ଭଲମଣିଷ ହେବାପାଇଁ ଚେଷ୍ଟାକରିବା ଉଚିତ, କେବଳ ପୁସ୍ତକ କିଟ ହୋଇ ସବୁବେଳେ ପାଠପଢି ଚାପଗସ୍ତ ନ ହୋଇ କିଛି ସମୟ ପାଇଁ ଖେଳ କୁଦ ନୃତ୍ୟ ସଂଗୀତରେ ମନ ନିବେଶ କରିବା ପାଇଁ ବିଦ୍ୟାଳୟ ମାନଙ୍କରେ ବାର୍ଷିକ ଉତ୍ସବର ଆୟୋଜନ କରାଯାଇଥାଏ । ଏହା ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ଲୋକାୟିତ କଳା ପ୍ରତିଭା ଲୋକ ଲୋଚନକୁ ଆସିପାରିବ ବୋଲି ମଚାଂଶିନ ଅତିଥି ମାନେ ଭାଷଣ ପ୍ରସଙ୍ଗରେ କହିଥିଲେ । ସଭା ପ୍ରାରମ୍ଭରେ ଅତିଥି ମାନେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତିୀ ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ମାଲ୍ୟାର୍ପଣ କରିଥିଲେ । ଶିକ୍ଷକ ଭ୍ରମରବର ମଲ୍ଲିକ ପ୍ରାରମ୍ଭିକ ସୁଚନା ସହ ଅତିଥିମାନଙ୍କ ପରିଚୟପ୍ରଦାନ କରିବା ପରେ ଶିକ୍ଷୟତ୍ରୀ କଳ୍ପନା ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠକରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ହାସଲକରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ ସୁହାନୀ ସୁପ୍ରୀୟା ବାଘ,ଶିକ୍ଷକ ତ୍ରୈଲୋକ୍ୟ ହିରା,ନିହାର ରଜଂନ ଚୌଧୁରୀ,ତନ୍ମୟ ମହାପାତ୍ର, ମନୋରଜଂନ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ,ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରୀମାନେ ଚିତାକର୍ଷକ ନୃତ୍ୟ,ସଂଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସ୍ମୃତିକା ସୁକୁଲ,ପ୍ରଭାତି ସାହୁ,ରୋଜାଲିନ ମିଶ୍ର,ଉଷା ରାୟ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶତାଧିକ ଛାତ୍ରୀ ଛାତ୍ର, ଅଭିଭାବକ ଓ ଦର୍ଶକ ଉପସ୍ଥିତ ରହି ଛାତ୍ରୀ ମାନଙ୍କ ବିଭିନ୍ନସଂସ୍କୃତିକ କାର୍ଯ୍ୟକ୍ରମ ମନ ଭରି ଉପଭୋଗ କରିଥଲେ ।