Odiapua.com

ସରକାରଙ୍କ ଲକ୍ ଡାଉନ୍ କୁ ସମର୍ଥନ ଜଣାଇ ସତୀମଗୁଡା ଗ୍ରାମର ଆଦିବାସୀ ମାନେ ଗାଁ ରାସ୍ତାରେ ବାଉଁସ ପକାଇ ନାକାବନ୍ଦି କରିବା ସହ କରୋନା ସଂପର୍କରେ ଜନସଚେତନତା କଲେ

ମାଲକାନଗିରି,୨୭ା୩ (ଓଡିଆ ପୁଅ ) ଭୟଙ୍କର ରୂପନେଇ କାୟାବିସ୍ତାର କରିଚାଲିଛି ମହାମାରୀ କରୋନା,ସମଗ୍ର ବିଶ୍ୱରେ କରୋନା ର ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାରଙ୍କ ପକ୍ଷରୁ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି । ଏହି ଲକ ଡାଉନ ଘୋଷଣାକୁ ସମର୍ଥନ ଜଣାଇ ମାଲକାନଗିରି ଜିଲ୍ଲା ସତୀମଗୁଡା ଆଦିବାସୀ ଗ୍ରାମର ଯୁବକ ମାନେ ଗାଁ ମୁଣ୍ଡ ରାସ୍ତାରେ ବାଉଁସ ପକାଇ ରାସ୍ତାଅବରୋଧ ସହ ନାକାବନ୍ଦି କରିଛନ୍ତି । କରୋନା ସଂକ୍ରମଣରୁ ଦୂରରେ ରୁହନ୍ତୁ, ଜରୁରୀ ନଥିଲେ ଗାଁରୁ କେହି ବାହରକୁ ଯାଅନ୍ତୁ ନାହିଁ,ବାହାରୁ କେହି ଗାଁକୁ ଆସନ୍ତୁ ନାହିଁ ବୋଲି କାଗଜ ବୋର୍ଡରେ ଲେଖି ବାଉଁସ ଗେଟରେ ଟାଙ୍ଗିଥିବାର ଦେଖିବାକୁ ମିଳିଛି । ଗାଁର ଯୁବକ ମାନେ ସାମିଜକ ଦୂରତା ରକ୍ଷା କରି ଘର ଘର ବୁଲି କୌଣସି ସା୍ଥନରେ ଜନଗହଳି ନକରି ଏକ ମିଟର ଦୂରତା ରକ୍ଷାକରିବା, ଭଲଭାବରେ ହ୍ୟାଣ୍ଡ ଓ୍ୟାସ,ସାବୁନରେ ହାତ ଧୋଇବା, କଥା ହେଲା ବେଳେ ପ୍ରାୟ ଏକ ମିଟିର ଦୂରତା ଅବଲମ୍ବନ କରିବା ,ସଚେତନତା ହିଁ ପ୍ରତିକାର, କରୋନା ର ଗୁଜବ ପ୍ରତି ଆତଙ୍କିତ ନହୋଇ ନ ଡରି ପ୍ରସ୍ତୁତ ରୁହନ୍ତୁ, ନିଜକୁ ଓ ଅନ୍ୟମାନଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ସୁରକ୍ଷିତ ରଖନ୍ତୁ,କୌଣସି ବ୍ୟକ୍ତି ଥଣ୍ଡା ଜ୍ୱର କାଶ,ସର୍ଦ୍ଦି ରେ ଆକ୍ରାନ୍ତ ହେଲେ ତୁରନ୍ତ ହସପିଟାଲକୁ ନେଇ ତାଙ୍କୁ ଚିକିତ୍ସା କରାନ୍ତୁ, ଘରେ ତାଙ୍କୁ ଅଲଗା କୋଠରୀରେ ରଖନ୍ତୁ ,ବାହରକୁ ଗଲେ ମୁହଁରେ ମାସ୍କ ଲଗାନ୍ତୁ,କରମର୍ଦ୍ଦନ ନକରି ନମସ୍କାର ହୁଅନ୍ତୁ ବୋଲି ଜନସଚେତନତାରା ବାର୍ତା ଦେଇଥିଲେ । ସିତୀମଗୁଡା ଗ୍ରାମର ଯୁବକ ମାନଙ୍କ କରୋନା ଜନସଚେତନତା କୁ ମାଲକାନଗିରି ସହରବାସୀ ପ୍ରସଶାଂ କରିଛନ୍ତି ।