Odiapua.com

ସରକାରଙ୍କ ବିରୋଧରେ ନିର୍ବାଚନ ପ୍ରଚାର କରିବେ ବେକାର ଟ୍ରେଣ୍ଡ୍ ପରା ମେଡିକାଲ ଷ୍ଟାଫ

ବାଲେଶ୍ୱର, ୨୩ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟସରକାରଙ୍କ ମିଥ୍ୟା ନିଯୁକ୍ତି ପ୍ରତିଶ୍ରୁତି ବିରୋଧରେ ଚଳିତ ଉପ-ନିର୍ବାଚନ ସମୟରେ ମୁହଁ ଖୋଲିଛନ୍ତି ତାଲିମପ୍ରାପ୍ତ ଅଣନିଯୁକ୍ତ ଯୁବମଙ୍ଗଳ ନ୍ୟାସ। ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନରେ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ ଘର ଘର ବୁଲି ତାଲିମପ୍ରାପ୍ତ ବେକାର ପାରାମେଡିକାଲ ଷ୍ଟାଫ ଭୋଟରଙ୍କୁ ଅବଗ କରିବେ ବୋଲି ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ନ୍ୟାସର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଉଚିତ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଜନ ସାଧାରଣଙ୍କୁ ସରକାର ସର୍ବଦା ଅଣଦେଖା କରିବା ଫଳରେ ଲୋକେ ସରକାରୀ ଡାକ୍ତରଖାନା ଯିବା ଛାଡ଼ିଦେଲେଣି। ଡାକ୍ତର ନର୍ସ ଓ ପାରା ମେଡିକାଲ କର୍ମଚାରୀ ଅଭାବରୁ ଉଚିତ ଚିକିତ୍ସା ସେବା ନ ମିଳିବାରୁ ଶେଷରେ ଜନସାଧାରଣ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ୪୦ ହଜାର ତାଲିମପ୍ରାପ୍ତ ପାରା ମେଡିକାଲ ପ୍ରାର୍ଥୀ ବେକାର ହୋଇ ଘରେ ବସିଛନ୍ତି। ବାରମ୍ବାର ଦାବି ଫଳରେ କିଛି ପାରା ମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦେଇ କିଛିଦିନ ପରେ ସରକାର ସେମାନଙ୍କୁ ଛଟେଇ କରିଦେଲେ। ଏବେ ବେକାର ପାରା ମେଡିକାଲଙ୍କ ସଂଖ୍ୟା ଆହୁରି ବଢି ଯାଇଛି। ସରକାରଙ୍କ ଏଭଳି ନୀତିକୁ ବିରୋଧରେ ତାଲିମପ୍ରାପ୍ତ ଅଣନିଯୁକ୍ତ ଯୁବମଙ୍ଗଳ ନ୍ୟାସ ଚଳିତ ଉପ-ନିର୍ବାଚନରେ ଜନ ସାଧାରଣଙ୍କ ପାକକୁ ଯିବା ପାଇଁ ନିଷ୍ପତି ନେଇଛି। ଏମିତିକି ଏହି ଭଣ୍ଡ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି ପାଇଁ ସଂଗଠନ ପକ୍ଷରୁ ଉଦ୍ୟମ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ସଂଜିତା ମହାପାତ୍ର, ପୂଣେର୍ଣନ୍ଦୁ ବିକାଶ ମହାନ୍ତ, ସହଦେବ ଘୋଷ, ଦୀପକ କୁମାର ପାଲବାବୁ, ଗୁରୁପ୍ରସାଦ ମହାନ୍ତ ପ୍ରମୁଖ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।