Odiapua.com

ସରକାରଙ୍କ ପକ୍ଷରୁ ଭଦ୍ରକ କାଳୀ ମେଢ କମିଟିଙ୍କୁ ୫୦ ହଜାର ଲେଖାଏ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ମେଢ କମିଟି

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସରକାରଙ୍କ ତରଫରୁ ଭଦ୍ରକର ଐତିହାସିକ ଗଣପର୍ବ କାଳୀପୂଜା ଉପଲକ୍ଷେ ମେଢ଼ କମିଟିମାନଙ୍କୁ ଆର୍ôଥକ ସହାୟତା ପ୍ରଦାନ ଉତ୍ସବ ଭଦ୍ରକ ନୂତନ ପ୍ରଦକ୍ଷିଣ ଗୃହର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ଶିକ୍ଷା,କ୍ରୀଡ଼ା ଓ ଯୁବ ସେବା,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ(ଲୋକସଭା) ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପାର୍ଥ କଶ୍ୟପ, ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା ପ୍ରମୁଖ ଉପସ୍ଥିତ ରହି ମେଢ଼ କମିଟିମାନଙ୍କୁ ୫୦ ହଜାର ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରିଥିଲେ। ଏହି ସହାୟତା ରାଶି କେବଳ ଆର୍ôଥକ ସହଯୋଗ ନୁହେଁ ବରଂ ଭଦ୍ରକର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଐତିହ୍ୟ ପ୍ରତି ସରକାରଙ୍କ ସମ୍ମାନ ଓ ପ୍ରତିବଦ୍ଧତାର ପ୍ରତୀକ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ। ଜିଲାପାଳ ଶ୍ରୀ ରାଉତରାଏ ଭଦ୍ରକ ଜିଲ୍ଲାର ଗୌରବ, ଆସ୍ଥା ଓ ସାଂସ୍କୃତିକ ପରିଚୟର ପ୍ରତୀକ ଐତିହାସିକ କାଳୀ ପୂଜାକୁ ସଶକ୍ତ କରିବା ଦିଗରେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ନିଶ୍ଚୟ ଭାବେ ପ୍ରଶଂସନୀୟ ବୋଲି କହିଥିଲେ। ବିଗତ ବର୍ଷ ଦିଆଯାଇଥିବା ପ୍ରତିଶ୍ରୁତିକୁ ପାଳନ କରି ଆଜି ମନ୍ତ୍ରୀ ଶ୍ରୀ ସୂରଜଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲାର ୧୦ଟି ଐତିହାସିକ କାଳୀ ପୂଜା ମଣ୍ଡପକୁ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏହି ଆର୍ଥିକ ସହାୟତା ପ୍ରଦାନ କାଳରେ ମେଢ଼ କମିଟିର ସଦସ୍ୟଗଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅଭିନନ୍ଦନୀୟ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ଶ୍ରୀ ସୁରଜଙ୍କୁ ମେଢ କମିଟି ପକ୍ଷରୁ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ପ୍ରଦାନ କରାଯାଇଛି।