Odiapua.com

ସରକାରଙ୍କ ନିର୍ଦ୍ଦେଶକୁ ତିର୍ତ୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟାଳର ବେଖାତିରି : ପିଲାଙ୍କ ଘରେ ପହଞ୍ଚିଲାନି ପୁସ୍ତକ

ତିର୍ତ୍ତୋଲ ୨୧/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – -ମହାମାନରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକଡ଼ାଉନ ଚାଲିଥିବାବେଳେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ କରାଯାଇଛିି। ଶିକ୍ଷାନୁଷ୍ଟାନ ବନ୍ଦ ହୋଇଥିଲେ ମଧ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିଭଳି ସୁଚାରୁରୂପେ ଘରେ ରହି ପାଠ ପଢ଼ିପାରିବେ ସେଥିପାଇଁ ରାଜ୍ୟ ସରକାର ଏପ୍ରିଲ ୨୫ ସୁଧା ଘରେ ଘରେ ବହି ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ତିର୍ତ୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବେଖାତିର୍ କରାଯାଇ ଅଦ୍ୟାବଧି ବିଦ୍ୟାଳୟମାନଙ୍କରେ ବହି ପହଞ୍ଚି ପାରିନାହିଁ। ଯାହା ପିଲାମାନଙ୍କ ପାଠପଢ଼ାରେ ଘୋର ଅସୁବିଧା ସୃଷ୍ଟି ହେବା ସହିତ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାରା ରାଜ୍ୟରେ ପିଲାମାନଙ୍କ ଘରେ ଘରେ ଶିକ୍ଷକ ଶିକ୍ଷୟତ୍ରୀମାନେ ବହି ପହଞ୍ଚାଉଥିବାବେଳେ ତିର୍ତ୍ତୋଲ ବ୍ଲକ ଶିକ୍ଷାକାର୍ଯ୍ୟାଳୟ ତାହା ଅଭାବନୀୟ ପରିସ୍ଥିତ ସୃଷ୍ଟି ହୋଇଛି। ତିର୍ତ୍ତୋଲ ବ୍ଲକ ଶିକ୍ଷାଅଧିକାରୀଙ୍କ ଅବସର ପରେ ରଘୁନାଥପୁର ବ୍ଲକ ଶିକ୍ଷାଅଧିକାରୀଙ୍କୁ ତିର୍ତ୍ତୋଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ତିର୍ତ୍ତୋଲ ବ୍ଲକ ଶିକ୍ଷା କାର୍ଯ୍ୟଳୟରେ ପୁସ୍ତକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଅଦ୍ୟାବଧି ବିଦ୍ୟାଳୟ ମାନଙ୍କରେ ବହି ପହଞ୍ଚି ପାରିନାହିଁ। ଏ ସମ୍ପର୍କରେ ଦାୟିତ୍ୱରେ ଥିବା ତିର୍ତ୍ତୋଲ ବ୍ଲକ ଶିକ୍ଷାଅଧିକାରୀଙ୍କୁ ପଚାରିବାରୁ ସେ ମୋତେ କୌଣସି ନିର୍ଦ୍ଦେଶ ଆସି ନାହିଁ କି ମୁଁ ଜାଣିନାହିଁବୋଲି କହିଥିଲେ। ଯଦି ସେଭଳି ନିୟମ ଆସେ ତେବେ ମୁଁ ନିଶ୍ଚୟ କାର୍ଯ୍ୟକାରୀ କରିବିବୋଲି କହିଥିଲେ।