Odiapua.com

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏସଆରସିଙ୍କ ସମୀକ୍ଷା ବୈଠକ, କହିଲେ ୨୨ ଲଘୁଚାପ ସୃଷ୍ଟି ହେଲେ, ୨୫ରେ ଏହାର ଚୁଡାନ୍ତ ରୁପରେଖ ବିଷୟରେ ଜଣା ପଡିବ

ଭୁବନେଶ୍ୱର, ୧୯ ମଇ (ଓଡ଼ିଆ ପୁଅ) ; ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା। ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏନଡିଆରଏଫ, ଓଡ୍ରାଫ୍‌, ଓଡିଶା ପୋଲିସ, ଓଡିଶା ଅଗ୍ନିଶମ ବିଭାଗ ଉପସ୍ଥିତ ଥିଲେ । ରାଜ୍ୟର ସମସ୍ତ ଜିଲ୍ଲାପାଳ ଏଏସପିମାନଙ୍କୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ସେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ନିଜେ ବ୍ୟକ୍ତିଗତ ଭାବରେ ଏ ନେଇ ଆଲୋଚନା କରିଥିଲେ। ତେବେ, ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏ ପର୍ଯ୍ୟନ୍ତ ବାତ୍ୟାର କୌଣସି ସଠିକ ଆକଳନ କରାଯାଇ ନାହିଁ। କିନ୍ତୁ, ଆସନ୍ତ ୨୨ ତାରିଖରେ ଆଣ୍ଡାମାନ ନିକଟରେ ଏହ ଲଘୁଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ଅଛି। ଯଦି ହୁଏ ତେବେ ଏହାର ଚୁଡାନ୍ତ ରୁପରେଖ ୭୨ ଘଣ୍ଟା ପରେ ସମ୍ଭାବ୍ୟ ବାତ୍ୟା ବିଷୟରେ ଜଣା ପଡିବ ବୋଲି କୁହାଯାଇଛି।