Odiapua.com

ସମ୍ବିଧାନ ବଞ୍ଚାଅ ସମିତି ପକ୍ଷରୁ ଭାରତ ବନ୍ଦ ଡାକରା, ମାଲକାନଗିରି ଜିଲ୍ଲାରେ ସ୍କୁଲ କଲେଜ, ଅଫିସ ବନ୍ଦ ଯାନବାହନ ଚଳାଚଳ ଠପ୍

ମାଲକାନଗିରି, ୫ା୩(ଓଡିଆ ପୁଅ ) ରାଷ୍ଠ୍ରୀୟ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତିର ଆହ୍ୱାନ କ୍ରମେ ମାଲକାନଗିରି ଜିଲ୍ଲା ସମ୍ବିଧାନ ବଞ୍ଚାଅ ସମିତି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରଭାବ ପଡିଛି। ଆଜି ସକାଳ ୬ଟା ଠାରୁ ମାଲକାନଗିରି ଜିଲ୍ଲା ସମ୍ବିଧାନ ବଞ୍ଚାଅ ସମିତିର ଆବାହକ ଜାରାଶବର ମାଢିଙ୍କ ନେତୃତ୍ୱରେ ଶତାଧିକ କର୍ମୀ, ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଓ ବିଭିନ୍ନ ଗ୍ରାମର ଆଦିବାସି ହରିଜନ ମହିଳା, ପୁରୁଷ, ଅନୁସୁଚିତ ଜନଜାତି, ଜନଜାତିର ଯୁବଗୋଷ୍ଠିମାନେ ଏହି ବନ୍ଦ ଆନ୍ଦୋଳନ ଓ ହରତାଳରେ ଉପସ୍ଥିତ ରହି ବସଷ୍ଟାଣ୍ଡ, ବାଲିମେଳା ଛକ, କୋର୍ଟ ଛକ, ଡିଏନକେ ଛକ, ସୁବାଷବୋଷ ଛକ, କଲେଜ ଛକ ଠାରେ ପିକେଟିଂ କରି ଯାନବାହନ ଅଟକାଇ ଆନ୍ଦୋଳନ କରିଥିଲେ। ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି ଅଧିକାରୀ ସୁରକ୍ଷା, ଅନୁସୂଚିତ ଜାତି, ଜନଜାତି ଓ ପଛୁପଆ ବର୍ଗରଙ୍କ ସମ୍ବିଧାନ ସଂରକ୍ଷଣ ଘରୋଇକରଣରେ ଲାଗୁ ସହ ଆସାମ୍ବିଧାନିକ ଶତକଡା ୧୦ପ୍ରତିଶତ ସବଣ୍ଣ ସଂରକ୍ଷଣ ପ୍ରତ୍ୟାହର, ଇଭିଏମ ରେ ମତଦାନ ବନ୍ଦ, ୧୩ପଏଟଂ ରୋଷ୍ଟର ବାତିଲ, ଓ ସଂଖ୍ୟାଲଘୁ ସୁରକ୍ଷା ଦାବିନେଇ ଏହି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳା ବନ୍ଦରହିବାସହ ସରକାରି ବେସରକାରି ଅଫିସ, ଦୋକାନ ବଜାର ସ୍କୁଲ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ, ସବୁ ବନ୍ଦ ହୋଇଯାଇ ଥିବାରୁ ଜନ ସାଧାରଣ ନାହିଁ ନଥିବା ହଇରାଣ ହୋଇଛନ୍ତିା ବିଶେଷ କରି ଆଜି ମାଲକାନଗିରିର ମଙ୍ଗଳବାର ସାପ୍ତାହିକ ହାଟ ଥିଲା ତାହାକୁ ବନ୍ଦ କରିଦେଇଥିବାରୁ ହାଟୁଆ ଦୋକାନି ବ୍ୟବସାୟୀ ଗ୍ରାହକ ମାନେ ପନିପରିବା ଟିକିଏ ପାଇପାରିନଥିଲେ। କାଲିମେଳା, ପିଡଆ, ମୋଟୁ, ଚିତ୍ରକୋଣ୍ଡା, କୋରକୁଣ୍ଡା, ଖଇରପୁଟ, ମାଥିଲି, ବାଲିମେଳା, ଗୋବିନ୍ଦପାଲି ସହ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ଏହି ବନ୍ଦ ପାଳନ ହୋଇଛି। ଏହି ଭାରତ ବନ୍ଧ ଡାକରାରେ ଘରୋଇ ବସ ଓ ରାଜ୍ୟପରିବହନ ନିଗମ ବିଭାଗ ଛାନିଆ ହୋଇ ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରି ଓ ଘରୋଇ ବସ ଗୁଡିକ ବନ୍ଦ କରିଦେଇଛନ୍ତି। କେତକ ବସ ଜୟପୁର ଠାରେ ଅଟକି ରହିବାସହ ଅନ୍ୟ ବସଗୁଡିକ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସର ଓ ବସ ଷ୍ଟାଣ୍ଡ ଠାରେ ଅଟକି ରହିଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ୩୧ଟି ରୁଟକୁ ସରକାରି ବସ ଚଳାଚଳ କରିଥାଏ। ବିଶେଷ କରି ମାଲକାନଗିରି ଠାରୁ ଆନ୍ଦ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ, ଭୁବନେଶ୍ୱର, ବ୍ରହ୍ମପୁର, ଆସିକା, ବଲାଙ୍ଗିର, ଖଡିଆଳ, ଅନେକ ଦୂରଗାମି ସରକାରି ବସ ଗୁଡିକ ବନ୍ଦ ରହୁଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଯାତ୍ରୀ ବାହି ବସଗୁଡିକ ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି।