Odiapua.com

ସମ୍ବଲପୁର ଡ଼ିଭିଜନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ

ସମ୍ବଲପୁର, ୩୧/୧୦ (ଓଡ଼ିଆ ପୁଅ) ଦୁର୍ନୀତି ନିବାରଣ ବିଭାଗର ସମ୍ବଲପୁର ମଂଡ଼ଳ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜି ସମ୍ବଲପୁର ରପସ୍ୱିନୀ ପ୍ରେକ୍ଷାଳୟ ଠାରେ ଏକ ସଭା କରାଯାଇଥିଲା। ଏଥିରେ ଡ଼ିଆଇଜି ହିମାଂଶୁ ଲାଲ ମୁଖ୍ୟଅତିଥି, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ା. କେ.ବିଶାଲ ସିଂହ, ବନଖଂଡ ଅଧିକାରୀ ସଞିତ କୁମାର ଏବଂ ବିଭାଗୀୟ ଅଧିକ୍ଷକ ରବିନ୍ଦ୍ର କୁମାର ପ୍ରଧାନ ସମ୍ମାନୀତ ଅତିଥି ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ଼. ଆଦିତ୍ୟ ପ୍ରସାଦ ପାଢୀ ମୁଖ୍ୟବକ୍ତା ରୂପେ ଯୋଗଦେଇଥିଲେ। ବକ୍ତାମାନେ ତାଙ୍କ ବକ୍ତବ୍ୟରେ ସମସ୍ତେ ଜୀବନ ପଥରେ ସାଧୁତା, ସ୍ୱଚ୍ଚତା ପଭୃତି ନୈତିକ ଗୁଣ ଅନୁଶରଣ କରିପାରିଲେ ପାରଦର୍ଶୀ ଏବଂ ଗଠନମୂଳକ ସମାଜ ନିର୍ମାଣରେ ସହାୟକ ହେବ ବୋଲି କହିଥିଲେ। ଏଦିଗରେ ସମସ୍ତେ ଉଦ୍ୟମ କରିବାର ଅବଶ୍ୟକତା ରହିଛି। ଏହି ଅବସରରେ ପୂର୍ବରୁ ଆୟୋଜିତ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଭାରେ ସରକାରୀ ଅଧିକାରୀ, କର୍ମଚାରୀ, ସ୍କୁଲ କଲେଜ ଶିକ୍ଷକ, ଛାତ୍ରଛାତ୍ରୀ, ସମାଜସେବୀ, ସାମାଜିକ କର୍ମୀ, ବିଭିନ୍ନ ଅନୁଷ୍ଟାନ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ। ସକାଳେ ଲିଲ୍ଲା ସ୍କୁଲ ଛକଠାରୁ ମୁଦିପଡ଼ା ପର୍ଯ୍ୟନ୍ତ ଅନୁଷ୍ଟିତ ଏକ ସଚେତନତା ରେଲି ରେ ଛାତ୍ରଛାତ୍ରୀ, ପୋଲିସ, ସିଆରପିଏଫ ଜବାନ୍ କ୍ରୀଡ଼ାବିତ ମାନେ ଭାଗ ନେଇଥିଲେ। ଏହାକୁ ସବୁଜ ପତାକା ଦେଖାଇ ଆରକ୍ଷୀ ଅଧିକ୍ଷକ ଡ଼ା. ସିଂହ ଉଦଘାଟନ କରିଥିଲେ। ଡ଼ିଭିଜର ବଲାଂଗିର, ବରଗଡ଼, ସୁନ୍ଦରରଡ଼, ବରଗଡ଼, ରାଉରକେଲା, ସୁବର୍ଣପୁର, ଝାରସୁଗୁଡ଼ା ପ୍ରଭୃତି ୟିନିଟ ରେ ମଧ୍ୟ ଏହି ଅବସରରେ ସଚେତନତା ଜାଗରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।