Odiapua.com

ସମ୍ବଲପୁର ସହରର ସାକ୍ଷୀପଡା, ବଡ଼ବଜ଼ାର ଆଦି ୮ ଟି ଅଂଚଳରେ ୧୪୪ ଲାଗୁ

ସମ୍ବଲପୁର, ୨୫/୭(ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ରାଜ୍ୟର ୨୪ ଟି ଜ଼ିଲ୍ଲା ରୁ ସମୁଦାୟ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ମାତ୍ର, କ୍ରମାଗତ ସମ୍ବଲପୁର ଜ଼ିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ଆଜି ଜ଼ିଲ୍ଲା ରୁ ଜଣେ ମଧ୍ୟ କରୋନା ପୋଜିଟିଭ ଚି଼ହ୍ନଟ ହୋଇ ନାହାନ୍ତି। ଯାହା ଫଳରେ ଜ଼ିଲ୍ଲାବାସୀ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ କିନ୍ତୁ ମହା ନଗର ନିଗମ ର ୮ ଟି ଅଞ୍ଚଳରେ ଧାରା ୧୪୪ ଘୋଷିତ ହେବା ଚିନ୍ତା ର କାରଣ ପାଲଟିଛି। ସମଗ୍ର ସମ୍ବଲପୁର ଜିଲ୍ଲାରେ ୧୦ ଦିନ ପାଇଁ ଘୋଷିତ ସଟଡାଉନର ଆଜି ଚତୁର୍ଥ ଦିନରେ ପହଂଚିଛି। ସହର ର ବିଭିନ୍ନ ଅଞ୍ଚଳରେ ସ୍ଥିତି ଚିନ୍ତାଜନକ ରହିଥିବାରୁ ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଆଜିଠାରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ଘୋଷଣା କରିଛନ୍ତି। ଏହାଦ୍ୱାରା ସେଠାରେ ଧାରା ୧୪୪ ଅନ୍ତର୍ଗତ ନିଷିଦ୍ଧ ଅଞ୍ଚଳରେ ଭାବେ ଘୋଷଣା ପରେ ଘର ବାହାରେ ବୁଲାବୁଲି କରିବା ଉପରେ କଟକଣା ଜାରୀ ହୋଇଛି। ସହର ର ବରେଇପାଲିର ପାଞ୍ଚଗଛିଆ ତଲିପଡା, ବଡ଼ବଜାରର ମଦଭାଟି ରୋଡ଼ ଓ ଗିଙ୍ଗରାପଡା, ଗ୍ରେଟର ସମ୍ବଲପୁର, କ୍ଷେତରାଜପୁରର ଷ୍ଟେସନପଡା ଓ ତାଲଭଟା ପଡା, ଭତରା ର କୁଲତାପଡା, ସାକ୍ଷୀପଡାର ଗୁଆଲାପଡା, ଆଦି ଅଂଚଳ ରେ ଧାରା ୧୪୪ ଘୋଷିତ ହୋଇଛି।

ଏହା ସହିତ ଜ଼ିଲ୍ଲାପାଳ ଶୁଭମ ସକ୍ ସେନା ଆଜି ସହର ର ୱାର୍ଡ ନମ୍ବର ୧୮ ର ଷ୍ଟେସନପଡା କୁ କଣ୍ଟନମେଣ୍ଟ ଜୋନ ଏବଂ ଏହି ୱାର୍ଡ ର ନୂଆପଡା, ରେଳୱେ କ୍ଵାଟର, ଗୁରୁ ନାନକ ପବ୍ଲିକ ସ୍କୁଲ, ଦଶମତି ପଡା ଏବଂ ଠାକୁରପଡା କୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି।