Odiapua.com

ସମ୍ବଲପୁର ଶୁଣ୍ଢି ସମାଜର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ

ସମ୍ବଲପୁର ୨୫/୧୨ (ଓଡ଼ିଆ ପୁଅ) -ସମାଜର ଲୋକମାନେ ଏକତ୍ରିତ ହୋଇ କାର‌୍ୟ୍ୟ କଲେ ସମାଜର ସକାରାତ୍ମକ ବିକାଶ ହେବ। ସମ୍ବଲପୁର ଶୁଣ୍ଢି ସମାଜର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ରେ ବକ୍ତା ମାନେ ଏହା ଆହ୍ୱାନ ଦେଇଥିଲେ। ଆଜି ତା. ୨୫.୧୨.୨୦୧୯ ବୁଧବାର ସ୍ଥାନ କାବେରୀ ମଣ୍ଡପ ଅଇଁଠାପାଲି ଠାରେ ସମ୍ବଲପୁର ଶୁଣ୍ଢି ସମାଜର ବାର୍ଷିକ ଭେଟଘାଟ ପ୍ରତିବର୍ଷ ପରି ଅନୁଷ୍ଠିତ ହୋଇ ଯାଇଛି। ଆରମ୍ଭରେ ଇଷ୍ଟଦେବୀ ଶ୍ରୀ ସୁବର୍ଣ୍ଣଗ୍ରାହୀଙ୍କ ପୂଜା ଅର୍ଚନା କରାଯାଇଥିଲା। ସଭାପତି ଶ୍ରୀ ହରିଶଙ୍କର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଆଇଆଇଏମ ସମ୍ବଲପୁର ର ନିର୍ଦ୍ଦେଶକ ଡ଼.ମହାଦେବ ପ୍ରସାଦ ଜୟସବାଲ, ନିଖିଲ ଉତ୍କଳ ହୈହୟ କ୍ଷତ୍ରୀୟ ଶୈାଣ୍ଢିକ ସମାଜ ର ସଭାପତି ଶ୍ରୀ ଗୋବିନ୍ଦଚନ୍ଦ୍ର ସାହୁ ମୁଖ୍ୟବକ୍ତା,

ସମ୍ବଲପୁର ବିଶ୍ୱବିଦ୍ୟାଲୟ କୁଳସଚିବ ଡ଼. ସଂଜତ କୁମାର ସାହୁ, କଲଚୁରି ହୈହୟ କ୍ଷତ୍ରୀୟ ଶୁଣ୍ଢି ସମାଜର ଜାତୀୟ ସଂଗଠନର କାର‌୍ୟ୍ୟକାରୀ ଅଧ୍ୟକ୍ଷ ଶ୍ରୀ ପ୍ରତାପ ବେହେରା, ରାଜ୍ୟ କାର‌୍ୟ୍ୟକାରୀ ସଭାପତି ଶ୍ରୀ ପୃଥ୍ୱୀରାଜ ବେହେରା ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ରହି କହିଥଲେ ଯେ ସମାଜ ସମସ୍ତଙ୍କ ସହଯୋଗରେ ଗଢ଼ି ଉଠି ଥାଏ। ସମସ୍ତଙ୍କ ମନରେ ସହଯୋଗର ଭାବନା ରହିବା ଆବଶ୍ୟକ। ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ଜରୁରୀ ଅଟେ। ଏହା ସହ ଆମେ ନିଜ ଇତିହାସ ଜାଣିବା ମଧ୍ୟ ଆବଶ୍ୟକ। ନାରୀ ଶିକ୍ଷା କୁ ପ୍ରାଥମିକତା ଦେବା, ସମାଜ ର କୁସଂସ୍କାର ଦୂର କରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ସମାଜର ସଦସ୍ୟ ମାନେ ରାଜନୀତି ରେ ମଧ୍ୟ ସାମିଲ ହୋଇ ସମାଜ ପ୍ରତିନିଧିତ୍ୱ କରିବା ପାଇଁ ମଧ୍ୟ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ମୁଖ୍ୟ ଅତିଥି ଡ଼. ଜୟସବାଲ କହିଥିଲେ କି ସମାଜ ର ଉନ୍ନତି ଭାବନା ରଖି ଯୋଉଁ କାର‌୍ୟ୍ୟ କରିବେ ତାହା ସବୁଠୁଁ ବଡ କାର‌୍ୟ୍ୟ ଅଟେ। ସମ୍ମାନିତ ଅତିଥି ଡ଼. ସଂଜତ କୁମାର ସାହୁ କହିଥିଲେ ଯେ ଛୋଟ ଛୋଟ କରି ମଧ୍ୟ ବଡ଼ କାମ କରି ହେବ। ଶ୍ରୀ ପ୍ରତାପ ଚନ୍ଦ୍ର ବେହେରା କହିଥିଲେ ଯେ ପରିବାରରେ ପୁତ୍ର ଏବଂ ପୁତ୍ରୀ କୁ ସମାନ ଭାବେ ଦେଖିବା କଥା। ଝିଅ ପାଇଁ ସୁନା ନ କିଣି ତାକୁ ତା ର ପାଠ ପଢ଼ା ରେ ଖର୍ଚ କରିବା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ଶାଖା ସଭାପତି ଶ୍ରୀ ସାହୁ କହିଥିଲେ ଯେ ସମାଜକୁ ଏକତ୍ରିତ କରିବା ପାଇଁ ବିଭିନ୍ନ ଜିଲାରେ ଶାଖା ମାନଙ୍କୁ ଗତିଶୀଳ କରା ଯାଉଛି। ସମାଜର ରାଜ୍ୟ କାର‌୍ୟ୍ୟକାରୀ ସଭାପତି ଶ୍ରୀ ପୃଥ୍ୱୀରାଜ ବେହେରା, ଢ଼େଙ୍କାନାଳ ରୁ ଆସିଥିବା ଶ୍ରୀମତି ଗୀତାଂଜଳୀ ସାହୁ ମଂଚାସୀନ ଥିଲେ। ଏହି ବନ୍ଧୁମିଳନରେ ସମାଜ ର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ସଂପାଦକ ଡ଼. ଦାଶରଥୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ଏ ଅବସରରେ ସମାଜର ପ୍ରତିଭାମାନ ବିଦ୍ୟାର୍ଥୀ ଙ୍କୁ ଅଭିନନ୍ଦନ କରାଯାଇଥିଲା। ଏହା ସହିତ ସମାଜକୁ ସହଯୋଗ କରୁଥିବା ବ୍ୟକ୍ତି ମାନଙ୍କୁ ଅଭିନନ୍ଦନ କରାଯାଇଥିଲା। କାର‌୍ୟ୍ୟକ୍ରମକୁ ସଂଜୀବ ନାଏକ ପରିଚାଳନା କରିଥିଲୋ ତଥା ସର୍ବଶ୍ରୀ ପୃଥ୍ୱୀରାଜ ବେହେରା, ସହସଂପାଦକ ସୋମନାଥ ବେହେରା, କୋଷାଧ୍ୟକ୍ଷ ଖଡ଼ିରତ୍ନ ବେହେରା, କାର୍ଯ୍ୟକାରିଣୀ ସଦସ୍ୟ ସର୍ବଶ୍ରୀ ହରେକୃଷ୍ଣ ସାମନ୍ତରାୟ, ରମଣି ରଂଜନ ବେହେରା, ମହାବୀର ବେହେରା, ଗୋପାଳକୃଷ୍ଣ ସାମନ୍ତରାୟ, ଜୟକୃଷ୍ନ ବେହେରା, ପ୍ରଦୋଷ ବେହେରା, ଜଗବଂଧୁ ବେହେରା, ନରେନ୍ଦ୍ର ବେହେରା, ଗୈାରହରି ବେହେରା, ଧୁବେଇ ସାହୁ, ପ୍ରହଲ୍ଲାଦ ବେହେରା, ପ୍ରସନ୍ନ ସାହୁ, ସୁଶୀଳ ବେହେରା, ଜିତେନ୍ଦ୍ର ସାମନ୍ତରାୟ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ନୁଆପଡ଼ା, ସୁନ୍ଦରଗଡ଼, ଦେବଗଡ଼, ବଲାଂଗୀର ଜିଲା ସହିତ ଛତିଶଗଢ଼ ରୁ ସମାଜର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।