Odiapua.com

ସମ୍ବଲପୁର ଶଦ୍ଦ ଓ ଆଲୋକ ପ୍ରକଳ୍ପନିର୍ମାଣରେ ବିଳମ୍ବ

ସମ୍ବଲପୁର, ୧୪/୯ (ଓଡ଼ିଆ ପୁଅ) ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ସାଉଂଡ଼ ଓ ଲାଇଟ ବା ଶଦ୍ଦ ଏବଂ ଆଲୋକ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ କନ୍ସଲଟାନ୍ସି ଫାର୍ମକୁ ଚୟନ କରାଯାଇଛି। ଏହି ପ୍ରକଳ୍ପ ସକାଶେ ଦୁଇ ବର୍ଷ ପୂର୍ବରୁ ପରିକଳ୍ପନା କରାଯାଇଥିଲା। ହେଲେ କାମ ଆଗକୁ ବଢିପାରିନାହିଁ। ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ବ ହେବ। ଶଦ୍ଦ ଏବଂ ଆଲୋକ ସିଷ୍ଟମର ପ୍ରଛଦ ସଂଳାପ ପାଇଁ ଏକ କମିଟୀର ସଦସ୍ୟ ଚୟନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରସିଦ୍ଧ ମନ୍ଦିର ପରିସରରେ ଶଦ୍ଦ ଏବଂ ଆଲୋକର ସଂଭାର ପ୍ରଦର୍ଶନ ସକାଶେ ୨୦୧୭ ମସିହା ଅକ୍ଟୋବର ମାସରେ ରାଜ୍ୟ ସରକାର ଘୋଷଣା କରିଥିଲେ। ସେହି ବର୍ଷ ଏଥିପାଇଁ ଶାତ କୋଟି ଟଙ୍କା ମଞୁର କରାଯାଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ମାନେ ଏହି ପୀଠକୁ ଆସୁଥିବାରୁ ସିଷ୍ଟମର ସଂଳାପକୁ ଓଡ଼ିଆ, ହିନ୍ଦୀ, ଇଂରାଜୀ ଆଦି ଭାଷାରେ ପରିବେଷଣ କରିବା ନିମନ୍ତେ ସେ ସମୟରେ ଧାର୍ଯ୍ୟ କରାଯାଇଥିିଲା। ଓଡ଼ିଆ ଭାଷା ମାଧ୍ୟମରେ ରାଜ୍ୟର ଏବଂ ଅନ୍ୟ ଦୁଇ ଭାଷାରେ ଅନ୍ୟ ରାଜ୍ୟର ପର୍ଯ୍ୟଟକଙ୍କୁ ସମଲେଶ୍ୱରୀ ମନ୍ଦିରର ଓ ସମ୍ବଲପୁରର ଇତିହାସ ସମ୍ପର୍କରେ ଜଣାଇବା ସକାଶେ ନିଷ୍ପତ୍ତି ନିଆଯାଇଛି। ଷୋଡ଼ଶ ଶତାଦ୍ଦୀରେ ସମ୍ବଲପୁର ମହାନଦୀ କୂଳରେ ସମଲେଶ୍ୱରୀଙ୍କ ଏହି ମନ୍ଦିର ପ୍ରତିଷ୍ଟିତ ହୋଇଥିଲା। ଦେଶର ପ୍ରସିଦ୍ଧ ଶକ୍ତି ପୀଠ ରୂପେ ପରିଚୟ ପ୍ରାପ୍ତ ଏହି ମନ୍ଦିରକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିଥାଆନ୍ତି। ଏମାନଙ୍କ ପାଇଁ ଶଦ୍ଦ ଏବଂ ଆଲୋକ ପ୍ରକଳ୍ପ ଆକର୍ଷଣର ସୁଯୋଗ ସୃଷ୍ଟି କରିବ। ସାଧାରଣ ଲୋକେ ମଧ୍ୟ ଇତିହାସ ଓ ସଂସ୍କୃତି ବାବଦରେ ଅବଗତ ହୋଇପାରିବେ ବୋଲି ଆଶା କରାଯାଉଛି। ଏହା ଦ୍ୱାରା ସହରର ସଂଖ୍ୟାଧିକ ମନ୍ଦିର, ପର୍ଯ୍ୟଟନ କେନ୍ଦ୍ର, ହୁମାର ବକ୍ର ମନ୍ଦିର, ହୀରାକୁଦ ଡେମ, ଘଂଟେଶ୍ୱରୀ ପୀଠ ଆଦି ଜାଗାକୁ ଆସୁଥିବା ଦର୍ଶକମାନଙ୍କ ସକାଶେ ଆକର୍ଷଣର ନୂଆ କେନ୍ଦ୍ର ଉପଲବ୍ଧ ହୋଇପାରିବ। ଅନ୍ୟ ପକ୍ଷରେ ସମଲାଇ ମନ୍ଦିରର ଜୀର୍ଣ୍ଣୋଦ୍ଧାର ସହିତ ଗଛିତ ସୁନା ଓ ରୂପାରେ ଦେବୀଙ୍କ ଅଳଙ୍କାର ତିଆର କରାଯାଇଛି। ପରିସରରେ ଥିବା ପୁରାତନ ଜଳାଶୟର ସୈାନ୍ଦର୍ଯ୍ୟକରଣ ସହିତ ଭାଷମାନ ଜଳଫୁଆରା ଏବଂ ସୁନ୍ଦର ଉଦ୍ୟାନ ନିର୍ମାଣ କରାଯାଇଛି।